ଶନିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଶ୍ରୀମନ୍ଦିରରେ ବଢ଼ିଲା ଦର୍ଶନ ଅବଧି । ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୯ଟା ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳୁଥିଲା । ଏଥିସହ ପୂର୍ବରୁ ଶନିବାର ମନ୍ଦିର ବନ୍ଦ ରହୁଥିବା ବେଳେ ଏଣିକି ଖୋଲା ରହିବ । ଶନିବାର ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ । ରବିବାର ସାନିଟାଇଜେସନ୍ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ଦର୍ଶନ ବନ୍ଦ ରହିବ । ପୂର୍ବଭଳି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ RT-PCR ଟେଷ୍ଟ ନେଗେଟିଭ ପ୍ରମାଣପତ୍ର ଓ ଦୁଇଟି ଡୋଜ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ବାଧ୍ଯତାମୂଳକ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓଙ୍କ ସହ ପାଞ୍ଚ ଜଣ ପରିଚାଳନା କମିଟି ସଦସ୍ୟ ସାମିଲ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *