ଲକ୍‌ଡାଉନ ପରେ ମଧ୍ୟ ଗଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଲକ୍‌ଡାଉନ ଚାଲିଥିବାରୁ ବସ୍ ଚାଳାଚଳ ବନ୍ଦରହିଛି । ତେବେ ଲକ୍‌ଡାଉନ ଖୋଲିବା ପରେ ମଧ୍ୟ ଘରୋଇ ବସ୍ ଚାଲିପାରିବ ନାହିଁ । କାରଣ ଡିସେମ୍ବର ଶେଷ ଯାଏ ୧୦ ହଜାରରୁ ଅଧିକ ବସ୍ ଅଫ୍‌ରୋଡ ହୋଇଛି । ବସ୍ ଚାଲିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ବସ୍ ମାଲିକ ସଂଘ । ୩ ଦଫା ଦାବି ସହ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଦାବି ଜଣାଇଛି ସଂଘ ।

ଅଫ୍‌ରୋଡ ହୋଇଥିବା ବସ୍‌ଗୁଡ଼ିକୁ ଚଳାଚଳ ପାଇଁ ସରକାର ଅନୁମତି ପ୍ରଦାନ କରିବା ସହ ବସ୍ କର୍ମଚାରୀ ଓ ମାଲିକଙ୍କୁ ଆର୍ôଥକ ସହାୟତା ପ୍ରଦାନ ପାଇଁ ସଂଘ ଦାବି କରିଛି । ଏପ୍ରିଲ ଓ ମେ ମାସ ପାଇଁ ସରକାର ଟିକସ ଛାଡ଼ କରିଥିଲେ ମଧ୍ୟ ଲକ୍‌ଡାଉନ ଲାଗୁ ଥିବା ଯାଏଁ ଟିକସ ଛାଡ଼ିବାକୁ ସଂଘ ଦାବିକରୁଛି । ଏହାସହ ଦୀର୍ଘଦିନ ଧରି ବସ୍ ଗୁଡିକ ପଡ଼ି ରହିବା ଫଳରେ ଟାୟାର, ବ୍ୟାଟେରି ପ୍ରଭୁତି ଆନୁଷଙ୍ଗିକ ସାମଗ୍ରୀ ନଷ୍ଟ ହୋଇଥିବାରୁ ଗାଡ଼ି ଚାଲିବା ପାଇଁ ସରକାର ଆର୍ôଥକ ସହାୟତା ପ୍ରଦାନ କରିବାକୁ ସଂଘ ଦାବିକରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *