କୋଭିଡ ଟିକାକରଣ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ପ୍ରତିଷେଧକ ପ୍ରଦାନର ଅଗ୍ରଗତି ଓ ସ୍ଥିତି ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଶାସନ ସଚିବ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ ସଚିବ ଗୋଟିଏ ଦିନରେ ଗତକାଲି ୨୦ଲକ୍ଷ ପ୍ରତିଷେଧକ ପ୍ରଦାନ କରାଯାଇଥିବା ଐତିହାସିକ ସଫଳତା ସଂପର୍କରେ ସୂଚନା ଦେଇଥିଲେ ।

ସେ କହିଛନ୍ତି ଇତିମଧ୍ୟରେ ପ୍ରାୟ ଅଢ଼େଇ କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯାଇ ସାରିଲାଣି । କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କ୍ଷେତ୍ରରେ ବିଶ୍ୱରେ ଏହା ଭାରତର ଦ୍ରୁତତମ ସଫଳତା । ଡକ୍ଟର ମିଶ୍ର ଏଥିପାଇଁ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ୟାବିନେଟ ସଚିବ ରାଜୀବ ଗୌବା ରାଜ୍ୟଗୁଡ଼ିକରେ ଦ୍ରୁତ ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆସନ୍ତା ୩ ମାସ ନିମନ୍ତେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଟିକା ମହଜୁଦ ଥିବା କୁହାଯାଇଛି । ଡକ୍ଟର ମିଶ୍ର ସମସ୍ତଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ଯୋଜନାବଦ୍ଧ ଟିକାକରଣ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *