ସିବିଏସଇ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବଙ୍କ ସହିତ ଭିଡିଓ କନଫରେନ୍ସିଂ ଦ୍ୱାରା କଥା ହୋଇଛନ୍ତି । ଏହି ସମୟରେ ସେ ଅଭିଭାବକ ଏବଂ ଛାତ୍ର ଛାତ୍ରୀଙ୍କ ସହ ପରୀକ୍ଷା ବାତିଲ୍ ହେବା ବିଷୟରେ ଆଲୋଚନା କରିଥିଲେ । ମୋଦୀ କହିଥିଲେ ଏହି ସମୟରେ ପିଲାମାନେ ନିଜର କ୍ୟାରିୟରକୁ ନେଇ ଚିନ୍ତିତ । ଯେତେବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବାତିଲ୍ ହେବା ବିଷୟରେ ଜଣାପଡ଼ିଥିଲା ସେମାନେ ସେତେବେଳେ କ’ଣ ଭାବୁଥିଲେ ବୋଲି ମୋଦୀ ପ୍ରଶ୍ନ କରିଥିଲେ । ଏହା ସହ ଛାତ୍ରଛାତୀଙ୍କ ସହ ଚର୍ଚ୍ଚା ସମୟରେ ମୋଦୀ ପଚାରିଥିଲେ ଏବେ ପରୀକ୍ଷା ରଦ୍ଧ ହେବାପରେ ସେମାନଙ୍କର ଆଗାମୀ ଯୋଜନା କ’ଣ ରହିଛି ? ଏହାର ଉତ୍ତରରେ ଛାତ୍ରଛାତ୍ରୀମାନେ କହିଥିଲେ ପରୀକ୍ଷା ବାତିଲ୍ ହେବା ଦ୍ୱାରା ସେମାନଙ୍କର ଚିନ୍ତା ଦୂର ହୋଇଛି । ଏବେ ଆଗାମୀ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ହେବା ନେଇ କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *