ସର୍ଜରୀ ପରେ ରାଷ୍ଟ୍ରପତି ଭବନକୁ ଫେରିଲେ ରାମନାଥ କୋବିନ୍ଦ

ନୁଆଦିଲ୍ଲୀ  : ବାଇପାସ୍ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ଆଜି ଟୁଇଟ୍ କରି କହିଛନ୍ତି ଯେ, ବାଇପାସ୍ ସର୍ଜରୀ ଶେଷ ହେବାପରେ ସେ ସୁସ୍ଥହୋଇ ରାଷ୍ଟ୍ରପତି ଭବନକୁ ଫେରିଛନ୍ତି । ଏଥିସହିତ ସେଠାକାର ସମସ୍ତ ଡାକ୍ତର ଏବଂ ନର୍ସ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ‘ସର୍ଜରୀ ଶେଷ ହେବାପରେ ରାଷ୍ଟ୍ରପତି ଭବନ ଫେରିଛି । ଚିକିତ୍ସା କରିଥିବା ଏମ୍ସ ଏବଂ ଆର୍ମି ଆର୍ ଆର୍ ହସ୍ପିଟାଲର ଡାକ୍ତରୀ ଟିମ, ନର୍ସ ଏବଂ ମଙ୍ଗଳକାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

ସୁଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେ ଆର୍ମି ଆର୍ ଆର୍ ହସ୍ପିଟାଲଲ୍ ରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିଲା । ଏହାପରେ ମାର୍ଚ୍ଚ ୨୭ ତାରିଖରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରଣ କରାଯାଇଥିଲା । ଏହାପରେ ମାର୍ଚ୍ଚ ୩୦ ତାରିଖରେ ଏମ୍ସରେ ଓଡିଆ ଚିକିତ୍ସକ ଅକ୍ଷୟ କୁମାର ବିଶୋୟୀଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ ସଫଳତାର ସହ ଶେଷ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *