ବିଧାନସଭା ଚଳାଇ ଦେଉନାହାଁନ୍ତି ବିରୋଧୀ

ଭୁବନେଶ୍ୱର: ବିଧାନସଭା ଚଳାଇ ଦେଉନାହାଁନ୍ତି ବିରୋଧୀ । ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିରୋଧୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ରାଜନୀତିରେ ଏହାକୁ ସିଫ୍ଟିଂ ଓ ଗୋଲ୍ ପୋଷ୍ଟ କୁହାଯାଏ । ଗୋଟିଏ ନିୟମାବଳୀରେ ଖେଳ ଆରମ୍ଭ ହୁଏ । ଖେଳ ଅଧାରୁ ସଫଳତା ନମିଳିବା ପରେ ଖେଳରେ ପଇଁତରା ବଦଳାଇ, ଗୋଲ ପୋଷ୍ଟ ବଦଳାଯାଏ । ଏବେ ବିରୋଧୀ ଦଳ ଏମିତି ଲୁଚକାଳି ଖେଳ ଆରମ୍ଭ କରିଛନ୍ତି । ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ମରୁଡ଼ି ପରିସ୍ଥିତି, ସାର ଅଭାବ, ଫସଲ ବୀମା ମିଳୁନି । ମୋଟ ଉପରେ କହିବାକୁ ଗଲେ ଚାଷୀ ସମସ୍ୟାକୁ ନେଇ ପ୍ରବଳ ଉଦବେଗ୍ ରହିଛି । ମୌସୁମୀ ଅଧିବେଶନ ପୂର୍ବରୁ ଏହାକୁ ନେଇ ଆଲୋଚନା ହେବ ବୋଲି ସମସ୍ତେ ଆକଳନ କରୁଥିଲେ । ସରକାର ମଧ୍ୟ ସବୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଥିଲେ । ବିରୋଧୀ ଦଳର ଦାବି ଅନୁସାରେ ମରୁଡ଼ି ପ୍ରସଙ୍ଗ ମୋସନ ଆକାରରେ ଆସି ଆଲୋଚନା ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *