ମହାରାଷ୍ଟ୍ର ରାଜନୀତିରେ ଚାଲିଛି କଣ ?

ମୁମ୍ବାଇ : ବିଗତ ଦିନରେ ଦେଶ ରାଜନୀତିର ପରିଦୃଶ୍ୟରେ ଅନେକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳୁଛି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିଗଲା କିନ୍ତୁ ନେତାଙ୍କ ଦଳ ଅଦଳ ବଦଳ ପର୍ବ ଏବେ ମଧ୍ୟ ଜାରି ରହିଛି। ମୁକୁଲ ରୟ ବିଜେପି ଛାଡି ଟିଏମସି ଫେରିଛନ୍ତି। ଏହି ସବୁ ମଧ୍ୟରେ ମହାରାଷ୍ଟ୍ର ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିଥିବା ବେଳେ ଅନ୍ୟପଟେ ଶୁକ୍ରବାର ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନସିପି ପ୍ରମୁଖ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନର ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା ହୋଇଛି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ମୋଦୀ-ଉଦ୍ଧବ ଏବଂ ପାଓ୍ଵାର-କିଶୋର ଭେଟ ମହାରାଷ୍ଟ୍ର ସହ ଦେଶ ରାଜନୀତିକୁ ନୂଆ ଖୁରାକ ଯୋଗାଇଛି। ଗୋଟିଏ ପଟେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଦେଶର ଶୀର୍ଷ ନେତା କହିଛନ୍ତି।

ଏନସିପି ଅନୁଯାୟୀ, ଦଳ ପ୍ରମୁଖ ଶରଦ ପାଓ୍ଵାର ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ବିଷୟରେ ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା କରିଛନ୍ତି। ଏହା ବାଦ୍ କିଶୋରଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ ମଧ୍ୟ ହୋଇଥିଲା। ପିକେ ଓ ପାଓ୍ଵାରଙ୍କ ମଧ୍ୟରେ ବୈଠକ ଅପରାହ୍ନ ପ୍ରାୟ ୨ଟାରେ ଶେଷ ହୋଇଥିଲା। ହେଲେ ପାଓ୍ଵାର କି ପ୍ରଶାନ୍ତ କିଶୋର କେହି ହେଲେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଉଲ୍ଲେଖନୀୟ ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନ ପରେ ଡିଏମକେ ତାମିଲନାଡୁରେ ଏବଂ ଟିଏମସି ପଶ୍ଚିମବଙ୍ଗରେ ବିଜୟୀ ହେବା ପରେ ପ୍ରଶାନ୍ତ କିଶୋର ଓ ପାଓ୍ଵାରଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏହି ଦୁଇ ପାର୍ଟି ପାଇଁ ହିଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ବିଜୟରେ ତାଙ୍କର ଯୋଗଦାନ ଗୁରୁତ୍ଵପୂର୍ଣ୍ଣ ଥିବା କୁହାଯାଏ।

କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ ପରେ ପିକେ ନିଜର ଘୋଷଣା ମୁତାବକ ନିର୍ବାଚନୀ ରଣନୀତି କାର୍ଯ୍ୟରୁ ଅବସର ନେଇଛନ୍ତି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ଵାର ଏହି ବୈଠକକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତ କିଶୋର ପୂର୍ବରୁ ହିଁ କହି ସାରିଛନ୍ତି ଯେ, ସେ ଆଗକୁ କୌଣସି ଦଳ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବେ ନାହିଁ। କିନ୍ତୁ ଏନସିପି ନେତା ଛଗନ ଭୁଜବଲ କହିଛନ୍ତି, ପାଓ୍ଵାର-କିଶୋର ବୈଠକରେ କଣ ଏଜେଣ୍ଡା ରହିଥିଲା ତାଙ୍କୁ କିଛି ଜଣା ନାହିଁ। ସେ କହିଛନ୍ତି, ପିକେ ଜଣେ ସଫଳ ଏବଂ ବିଚକ୍ଷଣ ରଣନୀତିଜ୍ଞ। ତେଣୁ ଆଶା କରୁଛି ପାଓ୍ଵାର ନିଶ୍ଚିତଭାବେ ତାଙ୍କ ପରାମର୍ଶ ଉପରେ ବିଚାର କରିବେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *