Pradhana Sikashyakanku Abasara Kalina Sambardhana.

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

(ଢେଙ୍କାନାଳରୁ ରୁକସାନା ବେଗମ ଙ୍କ ରିପୋର୍ଟ)

ଢେଙ୍କାନାଳ:୦୪-୦୮-୨୦୨୪(ବି.ଏନ୍.ଓ)ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି କ୍ଳଷ୍ଟର ଅନ୍ତର୍ଗତ ବଡ଼ବିଲା ଶରଧାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିନୋଦ କୁମାର ମିଶ୍ର ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଏନଏସି କ୍ଳଷ୍ଟର ସ୍ତରୀୟ ଶିକ୍ଷକ ସଙ୍ଘ ତରଫରୁ ପୁରୁଣା ରେକୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆୟୋଜିତ ଏକ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଏନଏସି କ୍ଲଷ୍ଟର ର ସିଆରସିସି ରାଜେଶ କୁମାର ସାହୁ,କାମାକ୍ଷାନଗର ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଧନେଶ୍ୱର ସାହୁ, ଦିଗୋଡ଼ିଆ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ନାୟକ, ଆଲତୁ୍ମା ଦଧିବାମନ ଜୀଉ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାବତୀ ସ୍ୱାଇଁ, ଶିକ୍ଷକ ସନାତନ ପଟ୍ଟନାୟକ ଙ୍କ ସମେତଏନଏସି ଅନ୍ତର୍ଗତ ବିଭିନ୍ନ ସରକାରୀ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ବିନୋଦ କୁମାର ମିଶ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଦୀର୍ଘ ବର୍ଷ ଧରି କାମାକ୍ଷାନଗର ଓ ପରଜଙ୍ଗ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଛନ୍ତି l ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ବିନୋଦ କୁମାର ମିଶ୍ର ଜଣେ କର୍ମଠ, ସୁସାହିତ୍ୟିକ ଭାବେ ସୁନାମ ଅର୍ଜନ କରିଛନ୍ତି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *