ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କରୋନା । ଏଥିସହିତ ପ୍ରଦୀପଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଆଇସୋଲେସନ୍‌ରେ ରହିଛି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଉଭୟ ଠକେଇ ମାମଲାରେ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି । ୨ ଦିନ ତଳେ ଝାରପଡ଼ା ଜେଲରେ ଥିବା ଅନ୍ତେବାସୀଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ୯୬ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ତଳେ ସେମାନଙ୍କୁ ସାମାନ୍ୟ ଜର ଓ ଥଣ୍ଡା ହୋଇଥିଲା । ତେବେ ସେମାନେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ଆଗକୁ ଯଦି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟେ ତେବେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *