ଛତିଶଗଡ଼ରେ ଲକଡାଉନ୍‌, ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆପଡା : ଛତିଶଗଡ଼ ସରକାର ରାୟପୁରକୁ ୯ ତାରିଖରୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରିବାକୁ ଯାଉଛନ୍ତି । ଏହି ଘୋଷଣା ହେବା ପରେ ସେଠାରେ ଥିବା ନୂଆପଡ଼ା ଜିଲ୍ଲାର ହଜାର ହଜାର ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରକୁ ଫେରୁଛନ୍ତି । ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ବସ୍‌, ଟ୍ରେନ ଓ ବିଭିନ୍ନ ଗାଡ଼ି ମାଧ୍ୟମରେ ନୂଆପଡା ଜିଲ୍ଲାର ବିଭିନ୍ନ ଗ୍ରାମକୁ ଫେରୁଛନ୍ତି । ଯାହାଫଳରେ ରାୟପୁରରୁ ଆସୁଥିବା ବସ୍‌ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ପ୍ରବାସୀ ଶ୍ରମିକଙ୍କ ଉପରେ ଜିଲ୍ଲା ପ୍ରଶାସନ ନଜର ନ ଦେଲେ ନୂଆପଡ଼ା ଜିଲ୍ଲାରେ ପୁଣି କରୋନା ଧୀରେ ଧୀରେ ତାର କାୟା ବିସ୍ତାର କରିବ ବୋଲି ଚର୍ଚ୍ଚା ହେଉଛି ।

ଛତିଶଗଡ଼ରୁ ନୂଆପଡ଼ା ପ୍ରବେଶ କରିବାକୁ ଛୋଟବଡ଼ ୬ରୁ ୭ଟି ରାସ୍ତା ରହିଛି । ଏହି ରାସ୍ତାଗୁଡ଼ିକରେ କଡ଼ା ନଜର ରଖିବାକୁ ଦାବି ହେଉଛି । ନୂଆପଡ଼ା ପ୍ରଶାସନ ପକ୍ଷରୁ ଖରିଆର ରୋଡ୍ ସୀମାରେ ଛତିଶଗଡ଼ରୁ ଆସୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ ସହ ଲୋକଙ୍କ ପରୀକ୍ଷା ମଧ୍ୟ କରାଯାଉଛି । ହେଲେ ଛତିଶଗଡ଼ ଯାଇଥିବା ଶ୍ରମିକମାନେ ବିଭିନ୍ନ ରାସ୍ତା ଦେଇ ନୂଆପଡ଼ାକୁ ଲୁପିଛପି ଆସୁଛନ୍ତି । ଜିଲ୍ଲାରେ ପ୍ରତିଦିନ ୫୦ରୁ ଅଧିକ କରୋନା ଚିହ୍ନଟ ହେଉଛନ୍ତି । କରୋନା ନିୟମକୁ ଉଲ୍ଲଙ୍ଘନ ହେଉଥିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତରଣୀସେନ ନାଏକ ଆଜି କୁରୁମପୁରୀ ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୫ଟି ବ୍ଲକ୍‌ରେ ରାତି ୧୦ ଟାରୁ ସମୟରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ପାଳନ କରାଯାଉଛି । ସେଥିପାଇଁ ଜିଲ୍ଲାର ବିଭିନ୍ନ ଛକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *