ପ୍ରବାସୀଙ୍କ ଘରବାହୁଡ଼ା : ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ୍‌ରେ ଅସମ୍ଭାଳ ଭିଡ଼

 ନୂଆଦିଲ୍ଲୀ : ଚିନ୍ତା ବଢ଼ାଇଛି କରୋନା ୨.୦ । ଗତବର୍ଷ ଭଳି ଏବର୍ଷ ବି ସ୍ଥିତି ସଙ୍ଗୀନ ହେଉଥିବାରୁ ଲକଡାଉନ ହେବା ଆଶଙ୍କା  ଉପୁଜିଛି । ଲକଡାଉନ ସମୟର ଅକଥନୀୟ କଷ୍ଟ ପ୍ରବାସୀଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଲକଡାଉନ ଆଶଙ୍କା ପ୍ରବାସୀ ଶ୍ରମିକଙ୍କୁ ଭୟଭୀତ କରିଛି । ଯାହାଫଳରେ ପୁଣି ଘରବାହୁଡା ହୋଇଛନ୍ତି ପ୍ରବାସୀ । କଟକଣା ଫେରିଥିବା ବେଳେ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ନିଦ ହଜିଯାଇଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ ଆଦିରେ ସଂକ୍ରମଣ ଶିଖର ଛୁଇଁଥିବା ବେଳେ ଅସମ୍ଭଳ ହୋଇଛି ଦ୍ବିତୀୟ ଲହର । ପରିବାରକୁ ଧରି ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ ।

ଦିଲ୍ଲୀର ବିଭିନ୍ନ ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସିଥିବା ପ୍ରବାସୀମାନେ ଘରକୁ ଫେରିବାକୁ ବସ୍‌, ଟ୍ରେନ୍‌କୁ ଅପେକ୍ଷା କରି ରହିଛନ୍ତି । ପୂର୍ବବର୍ଷ ଲକ୍‌ଡାଉନ ଯୋଗୁ ବହୁ ଶ୍ରମିକ ରେଜଗାର ହରାଇବା ପରେ ଦିନ ଭୋକ ଉପାସରେ କାଟିଥିଲେ । ସେଭଳି ସ୍ଥିତିର ପୁନରାବୃତ୍ତି ଭୟରେ ଘରକୁ ଫେରିବାକୁ ବସ୍ ଓ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି । ଦିଲ୍ଲୀ ଓ ମୁମ୍ବାଇରୁ ଶହ ଶହ ଶ୍ରମିକ ବିହାର, ଝାରଖଣ୍ଡ, ଆଦି ରାଜ୍ୟକୁ ଫେରୁଥିବା ଦେଖାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *