ମହାମାରୀ ବେଳେ ବିଜେପିର ରାଜନୀତି, ଟିକା ବଦଳରେ ପୋଷ୍ଟର ଚିନ୍ତା

ଭୁବନେଶ୍ୱର: ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଚିରୁଛନ୍ତି । ଏହାକୁ ଦେଖି ଏବେ ସମଗ୍ର ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପିର ଏହା ହୀନ ରାଜନୀତି ବୋଲି ଚର୍ଚ୍ଚା ହେଉଛି । ଟିକା ଯୋଗାଣରେ ଫେଲ୍ ମାରିଥିବା କେନ୍ଦ୍ରର ବିଜେପି ସରକାରଙ୍କ ଭାବମୂର୍ତ୍ତି ମଳିନ ହୋଇ ଆସୁଥିବା ବେଳେ ବିଜେପି କର୍ମୀଙ୍କ ଏଭଳି କାଣ୍ଡ ଭୋକ ବିକଳରେ ତାଟିଆ କାମୁଡ଼ା ବୋଲି ମତ ପ୍ରକାଶ ପାଇଛି ।

ସଂକଟ ବେଳେ ଶ୍ରେୟ ପାଇଁ କେତେ ତଳକୁ ଖସିପାରେ ବିଜେପି । ଦଳୀୟ ନେତାଙ୍କ ବିଜ୍ଞାପନ ପାଇଁ କେତେ ହୀନ ରାଜନୀତି କରିପାରେ ଦଳ। କରୋନା ଉଜାଡିଛି ଅନେକ ଘର, ଭାଙ୍ଗିଛି କେତେ ସଂସାର । ହେଲେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟର୍ ନଲାଗିବାକୁ ନେଇ ଲଜ୍ଜାଜନକ କାଣ୍ଡ କରିଛନ୍ତି ବିଜେପି କର୍ମୀ । ଧସେଇ ପଶିବା, ଠେଲାପେଲା କରିବାକୁ ବି ପଛାଇ ନାହାନ୍ତି । ଏଭଳି ଘଟଣା ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି ।

ସାରା ଦେଶରେ ଟିକାକରଣ ଅଭିଯାନକୁ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ମାଗଣା ଟିକା ଘୋଷଣା ହେଉ କି ଟିକା କିଣିବା, ଲୋକଙ୍କ ଜୀବନ ରକ୍ଷା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ପ୍ରଥମେ ଟିକା କମ୍ପାନୀ ସହ ଏମଓୟୁ କରିବା ସହ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବି କରିଛି ରାଜ୍ୟ। କେବଳ ସେତିକି ନୁହେଁ ଆବଶ୍ୟକ ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଇ ରାଷ୍ଟ୍ରନାୟକର ପରିଚୟ ମଧ୍ୟ ଦେଇଛନ୍ତି ନବୀନ । ସେପଟେ ଦ୍ବିତୀୟ ଲହର ମୁକାବିଲା ଓ ଭ୍ୟାକସିନ୍‌ ପ୍ଲାନ୍ ନେଇ କେନ୍ଦ୍ରକୁ ବାରମ୍ବାର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଭୂତାଣୁ ଯୁଦ୍ଧରେ ଫେଲ୍ ମାରିଛି କେନ୍ଦ୍ରର ବିଜେପି ସରକାର । ଠିକ୍‌ ସମୟରେ ଟିକାକରଣ ନହେବାରୁ ଅନେକ ଜୀବନ ଯାଇଛି । ଆଉ ଏବେ ଶ୍ରେୟ ନେବାକୁ ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ହଇରାଣ କରୁଛନ୍ତି ବିଜେପି କର୍ମୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *