ରାଜ୍ୟରେ କମୁଛି ସଂକ୍ରମଣ ହାର : ଜାଣନ୍ତୁ ଲକ୍‌ଡାଉନ୍ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ପାଇଁ ଖୁସି ଖବର । ପଜିଟିଭ ହାର ଦ୍ରୁତଗତିରେ କମୁଛି । ଏବେ ୬ ପ୍ରତିଶତକୁ ଖସିଛି ପଜିଟିଭ୍‌ ହାର । ଯାହା ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଦେଶରେ ବିଭିନ୍ନ ସ୍ଥାନରେ କେତେବେଳେ ସଂକ୍ରମଣ ବଢୁଛି ଓ କମୁଛି । ତେଣୁ ସତର୍କତାର ସହ ରାଜ୍ୟ ସରକାର ଅନଲକ୍ କରିବେ ।

ଏକ୍‌ମୋ ଚିକିତ୍ସା ପାଇଁ ୬ଟି ମେସିନ୍ ଆଣିବାକୁ ଟେଣ୍ଡର ସରିଛି । ଆବଶ୍ୟକ ମାନବସମ୍ବଳ ପ୍ରସ୍ତୁତ କରାଯାଇଛି । ମେସିନ୍ ଆସିଲେ ଏକ୍‌ମୋ ଚିକିତ୍ସା ଆରମ୍ଭ ହେବ । କଟକ ଏସ୍‌ସିବିରେ ୬ଟି ୟୁନିଟ୍ ଖୋଲାଯିବ । ଏହାସହ ରାଜ୍ୟରେ ବର୍ତ୍ତମାନ ୨ଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ମେସିନ ରହିଛି । ତାହା ମଧ୍ୟ ବ୍ୟବହାର କରାଯିବ । ସେହିପରି ନକଲି ଔଷଧ କାରବାର ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଥିବା ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *