ପ୍ଲେନ୍ କ୍ରାସରେ ଲୋକପ୍ରିୟ ଗାୟିକା ମାରିଲିୟାଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକ ମାରିଲିଆ ମେଣ୍ଡୋଙ୍କାଙ୍କର ମୃତ୍ୟୁ ହୋଇଛି । ସେହି ବିମାନରେ ତାଙ୍କର ଜଣେ ମାମୁଁ, ମ୍ୟାନେଜର ଓ ସହକର୍ମୀ ମଧ୍ୟ ଉପସ୍ଥିତ ଥିଲେ ଓ ଦୁର୍ଘଟଣାରେ ସେମାନଙ୍କର ବି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ମାରିଲିଆଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ସିଙ୍ଗରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣା ମିନସ୍ ଗେରାଇସ୍ ରାଜ୍ୟରେ ଘଟିଛି । ଏହି ଦୁର୍ଘଟଣା କିପରି ଘଟିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ମାରିଲିଆ ମେଣ୍ଡୋଙ୍କାଙ୍କ ପ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ତାଙ୍କ ନିର୍ମାତା ହେନ୍ରିକ୍ ରିବିରୋ, ସହକର୍ମୀ ଅବିସିଲି ସିଲଭେଇରା, ଡାୟସ୍ ଫିଲହୋ ଏବଂ ବିମାନର ପାଇଲଟ୍ ଓ ସହ-ପାଇଲଟ୍ ଉଭୟଙ୍କର ମୃତ୍ୟୁ ଘଟିଛି । ତେବେ ମାରିଲିଆ ୨୦୧୯ ରେ ଶ୍ରେଷ୍ଠ ଆଲବମ୍ “ସର୍ଟେନଜୋ” ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ଆଲବମ୍ ପାଇଁ ସେ ଏକ ଗ୍ରେମୀ ପୁରସ୍କାର ଜିତିଥିଲେ । କେବଳ ବ୍ରାଜିଲରେ ନୁହେଁ, ମାରିଲିଆ ବିଭିନ୍ନ ଦେଶରେ ପ୍ରସିଦ୍ଧ ଥିଲେ । ତାଙ୍କୁ ୟୁଟ୍ୟୁବରେ ପ୍ରାୟ ୨.୨ କୋଟି ଲୋକ ଫଲୋ କରିଥିଲେ । ବିମାନଟି ମଧ୍ୟ ପଶ୍ଚିମ ସହର ଗୋଏନିଆରୁ କାରିଙ୍ଗା ଅଭିମୁଖେ ଯାଉଥିଲା, ଯେଉଁଠାରେ ମାରିଲିଆଙ୍କର ଏକ କନ୍ସର୍ଟ ପୋଗ୍ରାମ ଥିଲା । ଏହି ଦୁର୍ଘଟଣା କାରିଙ୍ଗା ଗ୍ରାମାଞ୍ଚଳରେ ଘଟିଛି । ବିମାନ ଦୁର୍ଘଟଣାର କାରଣ ଜାଣିବାକୁ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ମାରିଲିଆଙ୍କ ମୃତ୍ୟୁକୁ ନେଇ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି ମାରିଲିଆଙ୍କ ଶୋକ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *