ସୁଧୁରୁନି ଦିଲ୍ଲୀ ବାୟୁମଣ୍ଡଳ ଅବସ୍ଥା : ପୁଣି ସାଂଘାତିକ ଶ୍ରେଣୀକୁ ଫେରିଲା

ନୂଆଦିଲ୍ଲୀ : ଦୀପାବଳିର ଏକ ସପ୍ତାହ ବିତିଯାଇଥିବା ସତ୍ତ୍ୱେ ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳର ଅବସ୍ଥା ସୁଧୁରିବାର ନାଁ ଧରୁନାହିଁ । ଗୁରୁବାର ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏହା ପୁଣି ‘ସାଂଘାତିକ’ ଶ୍ରେଣୀକୁ ଫେରିଆସିଛି । ଦିଲ୍ଲୀର ଏକ୍ୟୁଆଇ (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ଗୁରୁବାର ୩୮୨ ରହିଥିବା ଜଣାପଡିଛି । ଆଗାମୀ ଦୁଇଦିନ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସଫର (ସିଷ୍ଟମ ଅଫ୍ ଏୟାର କ୍ୱାଲିଟୀ ଆଣ୍ଡ୍ ୱେଦର ଫୋରକାଷ୍ଟିଂ ଆଣ୍ଡ୍ ରିସର୍ଚ୍ଚ) ପକ୍ଷରୁ କୁହାଯାଇଛି । ପଡୋଶୀ ହରିୟାଣା ଓ ପଞ୍ଜାବରେ ନଡାପୋଡି ଯୋଗୁଁ ଦିଲ୍ଲୀ ଆକାଶ ଏଭଳି ଧୂମାୟିତ ହୋଇପଡିଥିବା କୁହାଯାଇଛି । ୧୩ ପରେ ପବନର ବେଗ ତୀବ୍ର ହେଲେ ସ୍ଥିତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଦୀପାବଳି ପରେ ଦିଲ୍ଲୀର ଏକ୍ୟୁଆଇ ୫୦୦ ଅତିକ୍ରମ କରିଥିଲା । ସମସ୍ତ କଟକଣା ସତ୍ତ୍ୱେ ଦିଲ୍ଲୀରେ ଆତସବାଜି ଫୁଟାଯାଇଥିବାରୁ ବାୟୁମଣ୍ଡଳର ଅବସ୍ଥା ସାଂଘାତିକ ହୋଇପଡିଥିଲା । ଏଥିଯୋଗୁଁ ପିଲା ଓ ବୟସ୍କମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ସହରର ରୋହିଣି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ନରେଲା ଅଞ୍ଚଳରେ ଏକ୍ୟୁଆଇ ଅତ୍ୟନ୍ତ ପ୍ରଦୂଷିତ ରହିଥିବା କୁହାଯାଇଛି । ସୂଚନାଯୋଗ୍ୟ ବାୟୁ କ୍ୱାଲିଟୀ ପ୍ରସଙ୍ଗ ନେଇ ଭାରତ ତାହାର ପଡୋଶୀ ରାଷ୍ଟ୍ରଙ୍କ ତୁଳନାରେ ଶୋଚନୀୟ ଅବସ୍ଥାରେ ରହିଛି । ୧୮୦ଟି ଦେଶକୁ ନେଇ ପ୍ରସ୍ତୁତ ଏନ୍‌ଭିରନ୍‌ମେଣ୍ଟାଲ ପରଫରମାନ୍ସ ଇଣ୍ଡେକ୍ସ (ଇପିଆଇ) ତାଲିକାରେ ଭାରତ ୧୬୮ ସ୍ଥାନରେ ରହିଥିବାବେଳେ ଶ୍ରୀଲଙ୍କା ୧୦୯, ପାକିସ୍ତାନ ୧୪୨, ନେପାଳ ୧୪୫ ଓ ବାଂଲାଦେଶ ୧୬୨ ସ୍ଥାନରେ ରହିଛନ୍ତି । ଅପରପକ୍ଷରେ ଭାରତ ତୁଳନାରେ ଆମେରିକା (୨୪), ଇସ୍ରାଏଲ (୨୯), ରୁଷ (୫୮), ସାଉଦି ଆରବ (୯୦) ଓ ଚୀନ୍ (୧୨୦) ଉନ୍ନତ ସ୍ଥିତିରେ ରହିଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *