ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ ସମରେନ୍ଦ୍ର ସାମଲ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନିସ୍ପେକ୍ଟର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ କରିଛି । ଏକକାଳୀନ ୭ ଟି ସ୍ଥାନରେ ଭିଜିଲାନ୍ସ ର ଏହି ରେଡ଼ ଜାରି ରହିଛି । ସର୍ବମୋଟ ୮ଗୋଟି ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ରେଡ଼ରେ ସାମିଲ ରହିଛନ୍ତି । ଏହି ଟିମରେ ୩ ଜଣ ଡିଏସପି ଓ ୭ ଜଣ ଇନିସ୍ପେକ୍ଟର ରହିଛନ୍ତି ।

ଚଢ଼ାଉ ସମୟରେ ଢେଙ୍କାନାଳ ଟାଉନରେ ଏକ ଦୁଇ ମହଲା କୋଠା, ଗୋଟିଏ ଫାର୍ମ ହାଉସ ଠାବ ହୋଇଛି । ସମରେନ୍ଦ୍ରଙ୍କ ନିଜ ଘର ଗଁନ୍ଦିଆ ବ୍ଲକ କେନ୍ଦୁପଡ଼ା ସ୍ଥିତ ବାସଭବନ, ଢେଙ୍କାନାଳ ଘର ଓ ଫାର୍ମ ହାଉସ, ମହାବିରୋଡ଼ ଫାଣ୍ଡି, କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ଶ୍ବଶୁର ଘରେ ରେଡ଼ ଜାରି ରହିଛି । ରେଡ଼ ସମୟରେ ପ୍ରାୟ ୩ଶହ ଗ୍ରାମରୁ ଅଧିକ ସୁନା ଏବଂ ନଗଦ ଏକ ଲକ୍ଷ ଟଙ୍କା ଜବତ ହୋଇସାରିଛି। ଏ ନେଇ ଉଭୟ ଢେଙ୍କାନାଳ ଓ କଟକର ଭିଜିଲାନ୍ସ ଟିମର ମିଳିତ ଚଢ଼ାଉ ଜାରି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *