ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ, ବାଲିରେ ଅଧାପୋତା ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ  । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଵାଲି ଯାତ୍ରା ପଡିଆରେ ଅଧା ପୋତା ଅବସ୍ଥାରେ ମୃତଦେହ ରହିଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ପରେ ମୃତଦେହକୁ ବାଲିରେ ପୋତି ଦିଆଯାଇଥିବା ଜଣାପଡିଛି  । ଅନ୍ୟପଟେ ମୃତ ଦେହକୁ ପୋଡ଼ାଯାଇ ବାଲିରେ ପୋତା ଯାଇଥିବାବେଳେ ମୃତ ଦେହର ଅଧିକାଂଶ ଅଂଶ ଦେଖାଯାଉଥିବା ଦେଖିବାକୁ ମିଳିଛି  । ତେଣୁ ଏହା ସୁଚିନ୍ତିତ ହତ୍ୟା କାଣ୍ଡ ଏବଂ ହତ୍ୟା ପରେ କିଛି ଦୁର୍ବୁତ୍ତ ଏପରି କରିଥିବା ଅନୁମାନ କରାଯାଉଛି  । ମୃତଦେହର କିଛି ଅଂଶ ଉପରକୁ ଦେଖାଯାଉଛି  । ମୃତ ଶରୀର ପଚିଯାଇଥିବାବେଳେ କେବେ ଓ କେଉଁ ପରିସ୍ଥିତିରେ ଅଚିହ୍ନା ବ୍ୟକ୍ତିଙ୍କୁ ହତ୍ୟା କରାଯାିଛି ତାହା ଜଣା ପଡ଼ିନାହିଁ  । ସେପଟେ ଘଟଣା ବିଷୟରେ ଖବର ପାଇ  ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଁଚି ତଦନ୍ତ କରୁଥିବା ସୂଚନା ମିଳିଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *