୨ ସହଯୋଗୀଙ୍କ ସହ କୋର୍ଟରେ ଗ୍ୟାଙ୍ଗଷ୍ଟର ହାଇଦର ହାଜର

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ କୋର୍ଟ ଚାଲାଣ କରିଛି କଟକ କମିଶନରେଟ୍ ପୋଲିସ । ହାଇଦରକୁ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଡିସିପି ଅଫିସରୁ ହାଇଦରକୁ କଟକ ଜେଏମଏଫସି କୋର୍ଟରେ ପୋଲିସ ହାଜର କରିଛି । ହାଇଦର ସହ ତାର ୨ ସହଯୋଗୀଙ୍କୁ ମଧ୍ୟ ପୋଲିସ କୋର୍ଟ ଚାଲାଣ କରିଛି । ହାଇଦରକୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ୍ ପୋଲିସ । ହାଇଦର ଏସସିବିରୁ ଫେରାର୍ ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ପୋଲିସ କୋର୍ଟ ଚାଲାଣ କରିଛି ।

ଅଟକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି। ହାଇଦର କିଭଳି ଏସସିବିରୁ ଫେରାର୍ ହେଲା, ଏଥିରେ କିଏ କିଏ ସମ୍ପୃକ୍ତ ? ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଗତ ୧୦ ତାରିଖରେ ହାଇଦର ଏସସିବିର ସର୍ଜରୀ ୱାର୍ଡରୁ ଫେରାର୍ ହୋଇ ଯାଇଥିଲା । ହାଇଦର ଫେରାର୍ ପରେ ତାକୁ ଧରିବାକୁ ପୋଲିସ ସକ୍ରିୟ ହୋଇ ପଡ଼ିଥିଲା । ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ କଟକ ପୋଲିସର ୬ଟି ଟିମ୍ ରେଡ୍ ଜାରି କରିଥିଲା ।

ଗୁରୁବାର ୧୫ ତାରିଖରେ ତେଲଙ୍ଗାନାରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ସ୍ଥାନୀୟ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା କଟକ ପୋଲିସର ସ୍ୱତନ୍ତ୍ର ଟିମ୍ । ହାଇଦ୍ରାବାଦରୁ ହାଇଦରକୁ ଗିରଫ ପରେ ପୋଲିସ ଆଜି ଭୁବନେଶ୍ୱର ବିମାନ ଯୋଗେ ଆଣିବା ପରେ କଟକ ଡିସିପି କାର୍ଯ୍ୟାଳୟକୁ ନେଇଥିଲା । ସେଠାରେ ହାଇଦରକୁ ଜେରା କରାଯାଇଥିଲା । ଏଥିସହ ହାଇଦରର କୋଭିଡ୍ ଟେଷ୍ଟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *