ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ଶହୀଦ

ମାଲକାନଗିରି   : ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। କରିଆମେଟା ଜଙ୍ଗଲରେ ପୋଲିସ ଓ ଆଇଟିବିପି ଯବାନ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ଲୁଚି ରହିଥିବା ନକ୍ସଲଙ୍କ ଅର୍ତକୀତ  ଗୁଳି ଚାଳନାରେ ଯୋଗୁ ୨ଯବାନ ଶହୀଦ ହୋଇଛନ୍ତି।  ଘଟଣାସ୍ଥଳ ଉଭୟଙ୍କ ମଧ୍ୟ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ସୂଚନା ମୁତାବିକ, ଆଜି ମାଲକାନଗିରି ଛତିଶଗନ ସୀମାନ୍ତ କଡୋନାଡ଼ ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲରେ ନକ୍ସଲ ଲୁଚି ରହିଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ପରେ ପୋଲିସ ଓ ଆଇଟିବିପି ଯବାନ ଆକ୍ସନ୍ ମୋଡକୁ ଆସିଥିଲେ। ସଂଙ୍ଗେ ସଂଙ୍ଗେ କରିଆମେଟା ଜଙ୍ଗଲ ମଧ୍ୟରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ କଡ଼ା ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଅର୍ତକୀତ ଭାବେ ଆଖିବୁଝା ଗୁଳି ଚଳାଇଥିଲେ। ପରେ ସୁରକ୍ଷାକର୍ମୀଙ୍କ ମଧ୍ୟ ପାଲଟା ଜବାବ ଦେଇଥିଲେ।  ଏହି ଅପରେସନ୍‌ରେ ଏସ.ଏସ.ଆଇ ଓ ଅନ୍ୟ ଜଣେ ପ୍ଲାଟୁନ କମାଣ୍ଡର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି। କେତେ ମାଓବାଦୀଙ୍କ ଜୀବନ ଯାଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *