ଏପ୍ରିଲ୍ ମାସରେ ମାସ୍କ ପିନ୍ଧି ନଥିବାରୁ ୫.୨୪ କୋଟିର ଜୋରିମାନା ଆଦାୟ : ଡିଜି

ଭୁବନେଶ୍ୱର : ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କୋଭିଡ କଟକଣା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟ ଡାଉନ ଭଳି କଟକଣାକୁ କଡା କଡି ଭାବରେ ପାଳନର ନିର୍ଦ୍ଧେଶ ରହିଛି । ତେବେ ଆଜି ପୋଲିସ ଡିଜି ଶ୍ରୀ ଅଭୟ ପ୍ରେସମିଟ କରି ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ନିବେଦନ କରିଛନ୍ତି । ପ୍ରେସମିଟରେ ପୋଲିସ ଡିଜି ସୂଚନା ଦେଇଛନ୍ତି କେବଳ ଏପ୍ରିଲ ମାସରେ ମାସ୍କ ନ ପିନ୍ଧିଥିବାରୁ ଅମାନିଆଙ୍କ ଠାରୁ ୫.୨୪ କୋଟି ଫାଇନ ଆଦାୟ ହୋଇଛି । ଏହାଛଡା ମାସ୍କ ଓ ସାମାଜିକ ଦୂରତା ଭଙ୍ଗ ପାଇ ଁମୋଟ ୫.୬୬ କୋଟି ଫାଇନ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପୁଲିସ ବାହିନୀର ମୁଖ୍ୟ କାମ ହେଉଛି ଅପରାଧୀଙ୍କୁ ଧରିବା ଓ ଅପରାଧକୁ ରୋକିବା । ଏହି କାମ କରି ପୁଲିସ ବାହିନୀ ସନ୍ତୋଷ ପାଇଥାଏ । ମାତ୍ର ସାଧାରଣ ଲୋକମାନଙ୍କୁ ଦଣ୍ଡିତ କରିବାକୁ ପୁଲିସକୁ ଭଲ ଲାଗୁନାହିଁ, କିନ୍ତୁ ଏପରି କରିବାକୁ ବାଧ୍ୟ ହେଉଛି, କାରଣ ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଲୋକ ଅମାନିଆ ହେଉଛନ୍ତି । ଅନ୍ୟପକ୍ଷରେ କଟକଣା ମାନୁନଥିବାରୁ ୩୫୦ ଦୋକାନୀ, କୋଚିଂ ସେଣ୍ଟରକୁ ସିଲ କରାଯାଇଛି ଓ ପ୍ରାୟ ୪୧୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏପ୍ରିଲ ମାସରେ ୧୮ ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି ଓ ୭ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ଅନ୍ୟପକ୍ଷରେ ଏପ୍ରିଲରେ ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *