ପୋଲିସ ହାତରେ ନକଲି ସେନାଅଧିକାରୀ

ଭୁବନେଶ୍ୱର: ନୟାପଲ୍ଲୀ ପୋଲିସ କବ୍‌ଜାରେ ନକଲି ସେନାଧିକାରୀ । ଆର୍ମି ଅଫିସର ଭାବେ ପରିଚୟ ଦେଇ ଆସୁଥିଲେ  ।  ଏସୟୁଭି ଗାଡ଼ିରେ ଆର୍ମି ଲେଖି ଚଳାଉଥିଲେ ମଧ୍ୟ । ସେପଟେ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ବି ଜାଲିଆତି କରି ଆଉ ଜଣଙ୍କ ଗାଡ଼ି ନମ୍ବରକୁ ନିଜ ଗାଡ଼ିରେ ଲଗାଇଥିଲେ ଅଭିଯୁକ୍ତ। ଜବତ ଏସୟୁଭି ପୂର୍ବରୁ ୩ ଥର ପୋଲିସ ହାତରେ ଧରାପଡ଼ିଛି । ଜାଲିଆତି କରି ଗାଡ଼ିରେ ଲାଗିଥିବା ନମ୍ବରରେ ଚାଲାଣ ମଧ୍ୟ କଟିଥିବା ସୂଚନା ମିଳିଛି  । ହେଲେ ଚାଲାଣଟି ପ୍ରକୃତ ଗାଡ଼ି ମାଲିକଙ୍କ ପାଖକୁ ଯାଇଛି । ଜରିମାନା ଦେଇଥିବା ଗାଡ଼ି ମାଲିକ ଏହି ନକଲି ବାବୁଙ୍କୁ ପିଛା କରି ଆସୁଥିଲେ । ଜରିମାନା ଗଣିଥିବା ବ୍ୟକ୍ତିଙ୍କ ସୂଚନା ଆଧାରରେ ନକଲି ବାବୁଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *