ପୋଲିସ୍ କର୍ମୀଙ୍କ ମୁହଁ ଉପରକୁ ୟୁରିନ୍ ପ୍ୟାଣ୍ଟ ଫୋପାଡ଼ି ଅଡ଼ୁଆରେ ଯୁବତୀ

ୱାଶିଂଟନ୍‌: ପୋଲିସ୍ କର୍ମୀଙ୍କ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଆମେରେକୀୟ ଯୁବତୀ । ଖାଲି ପୋଲିସ୍ କର୍ମୀଙ୍କ ଉପରେ ନୂହେଁ ବରଂ ସିକ୍ୟୁରିଟି ଗାର୍ଡ଼ ଏବଂ ଅନ୍ୟ ୨ ଜଣ ପୋଲିସ୍ କର୍ମୀଙ୍କ ଉପରେ ବି ଏପରି ହରକତ କରିଛନ୍ତି । ଏପରି ଏକ ମାମଲା ଶୁଣିବାକୁ ମିଳିଛି ଆମେରିକାର ୱର୍ସେଷ୍ଟରରୁ । ସୂଚନା ଅନୁଯାୟୀ, ଯୁବତୀଙ୍କ ନାଁ ହେଉଛି ଆଲାନ୍ନା ନାଇଟ୍ । ତାଙ୍କ ବୟସ ୧୯ ବର୍ଷ । ତାଙ୍କ ନାମରେ ଅଭିଯୋଗ ଅଣାଯାଇଥିଲା ଯେ, ସେ ଡ୍ରଗ୍ସର ଓଭରଡୋଜ୍ ନେଇଛନ୍ତି, ଯାହା ପରେ ସେ ନିଜର ହୋସ୍ ହରାଇ ବସିଥିଲେ । ଯୁବତୀ ଜଣକ ପୋଲିସ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ ଓ ନିଜର ବାପାଙ୍କ ଘର ଉପରକୁ ପଥର ବି ଫୋପାଡ଼ିଥିଲେ । ତେବେ ଯୁବତୀଙ୍କ ବାପା ଯେତେବେଳେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଝିଅ ଡ୍ରଗ୍ସର ଓଭରଡୋଜ୍ ନେଇଛନ୍ତି ।

ସେ ତୁରନ୍ତ ହସ୍ପିଟାଲ ନେବାକୁ ଚେଷ୍ଟା କରୁଥିଲେ । ହେଲେ ସେ ନିଜ ଝିଅକୁ ସମ୍ଭାଳି ପାରୁନଥିଲେ । ଯୁବତୀ ଜଣକ ହସ୍ପିଟାଲରୁ ଆସିଥିବା ନର୍ସ ଓ ସିକ୍ୟୁରିଟି ଗାର୍ଡ଼ଙ୍କ ଉପରକୁ ବି ଆକ୍ରମଣ କରିଥିଲେ । ଏହାପରେ ଯୁବତୀଙ୍କ ବାପା, ପୋଲିସଙ୍କ ସାହାଯ୍ୟ ମାଗିଥିଲେ । କିନ୍ତୁ ଯୁବତୀ ଜଣକ ପୋଲିସ୍ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ସେ ପୋଲିସ୍ କର୍ମୀଙ୍କ ମୁହଁ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଦେଇଥିଲେ । ଖାଲି ସେତିକି ନୁହେଁ ସେ ପୋଲିସ୍ କର୍ମୀଙ୍କ ହାତକୁ କାମୁଡ଼ି ଦେଇଥିଲେ । ବର୍ତ୍ତମାନ ଯୁବତୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ଏହା ଉପରେ ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *