ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ମୋଦିଙ୍କ 3T ମନ୍ତ୍ର । କହିଲେ ସତର୍କ ରହିବା ସହ ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ଉପରେ ଗୁରୁତ୍ୱ ଦେବାକୁ ହେବ । ସବୁ ରାଜ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟକୁ ତ୍ୱରିତ କରିବାକୁ ହେବ । ଖାଲି ସେତିକି ନୁହେଁ ଆମେ ଗତ ବର୍ଷେ ହେଲା କରୋନା ସହ ଲଢ଼ୁଛେ ତେଣୁ ଆମର ଅଭିଜ୍ଞତା ଅଛି । ଆମେ ଏବେ ସେହି ଅଭିଜ୍ଞତାକୁ ବ୍ୟବହାର କରିବା । ଆବଶ୍ୟକ ପଡ଼ିଲେ ଜରୁରି ପଦକ୍ଷେପ ବି ନେବା । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଓଡ଼ିଶା, କେରଳ, ଛତିଶଗଡ଼, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଉପରେ ଗୁରତ୍ୱ ଦିଆଯାଉଥିବା କଥା ମଧ୍ୟ କହିଛନ୍ତି ମୋଦି। ହେଲେ ସବୁ ରାଜ୍ୟ ଆର୍‌ଟିପିସିଆର୍‌ ଟେଷ୍ଟ ଉପରେ ଗୁରୁତ୍ୱ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି ।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ସେ କହିଛନ୍ତି ସଂକ୍ରମଣ ବଢ଼ୁଛି ସତ ହେଲେ ସୁସ୍ଥତା ହାର ମଧ୍ୟ ବଢ଼ୁଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । କରୋନା ଗାଇଡ୍‌ଲାଇନ୍‌ସ ମାନି ଚଳିବାକୁ ପଡ଼ିବ । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ଖୁବ୍‌ କମ୍‌ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ ପୁଣି ବଢ଼ିବାରେ ଲାଗିଛି । ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ତେଣୁ ଦେଶବାସୀଙ୍କୁ ଅନୁରୋଧ, ସତର୍କ ରୁହନ୍ତୁ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ କମିବା ପରେ ପୁଣି ବଢ଼ିବାରେ ଲାଗିଛି । ଏମିତିକି ୭୦ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ୧୫୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଏହାକୁ ଏଇଠି ହିଁ ବ୍ରେକ୍‌ ଦେବାକୁ ପଡ଼ିବ । ନଚେତ୍‌ ବିପଦ ମାଡ଼ି ଆସିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

One thought on “ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

Leave a Reply

Your email address will not be published. Required fields are marked *