ଟୋକିଓ ଅଲିମ୍ପିକ୍ସ ଖେଳାଳୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଆଥଲେଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ରହିଛନ୍ତି। ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ଟୋକିଓରେ ହେବ ଅଲିମ୍ପିକ୍ସ। ୧୮ଟି ଇଭେଣ୍ଟରେ ଭାଗ ନେବେ ୧୨୬ ଭାରତୀୟ ଖେଳାଳି । ତେବେ ଏହି ଆଲୋଚନାରେ ଦୌଡ଼ରାଣୀ ଦୂତି ଚାନ୍ଦ ମଧ୍ୟ ସାମିଲ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଖେଳ ପାଇଁ କିପରି ଭାବରେ ପ୍ରସ୍ତୁତି ଚାଲିଛି ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ମୋଦୀ କହିଥିଲେ ଯେ, ଦୂତି ଅର୍ଥ ଚମକ, ଆଉ ଟୋକିଓରେ ଚମକ ଅପେକ୍ଷାରେ ଭାରତ । ଉତ୍ତରରେ ଦୂତି କହିଥିଲେ ଯେ, ସଂଘର୍ଷ ସତ୍ତେ୍ୱ ନିଜର ପ୍ରସ୍ତୁତି ଜାରି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *