ପିପିଲି କଂଗ୍ରେସ ପ୍ରାର୍ଥୀଙ୍କୁ ହେଲା କରୋନା

ପିପିଲି : ରାଜ୍ୟରେ କରୋନା ମହାମାରୀ ପୁଣି ବଢି ଚାଲିଥିବା ବେଳେ ପିପିଲି ଉପନିର୍ବାଚନ ବି ଏଥିରୁ ବାଦ୍ ପଡିନି । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆସିଛି ବଡ ଖବର । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ ଆଜି କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଅଜିତ ନିଜେ ସୂଚନା ଦେଇଛନ୍ତି । ତେବେ ଦଳର ଭଲ ପ୍ରଦର୍ଶନ ପାଇଁ କାମ କରିବାକୁ ସେ କର୍ମୀମାନଙ୍କୁ ନିବେଦନ କରିଛନ୍ତି । ଏହା ସହ କୌଣସି ଗୁଜବ ପ୍ରଚାର ନକରିବାକୁ ଅଜିତ୍ ଅପିଲ କରିଛନ୍ତି । କିପରି ଦଳ ଭଲ ପ୍ରଦର୍ଶନ କରିବ, ସେନେଇ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । କରୋନାରୁ ସୁସ୍ଥ ହୋଇ ଶୀଘ୍ର ଫେରିବେ ବୋଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *