ମେ’ ୧୩ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି । ମେ’ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ । ମେ’ ୧୬ରେ ହେବ ଭୋଟ ଗଣତି । ଏ ନେଇ ସିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି । ନିର୍ବାଚନ ପାଇଁ ୨୦୨୧ ଏପ୍ରିଲ ୧୯ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୯ ରୁ ୨୬ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୨୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୨୯ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୭ ତାରିଖରେ ମତଦାନ ଥିଲା । ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଥିଲେ । କିନ୍ତୁ ମତଦାନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଏବେ ଏହି ଉପନିର୍ବାଚନ ପାଇଁ କେବଳ ନୂଆଁ କଂଗ୍ରେସର ପ୍ରାର୍ଥୀ ହିଁ ନାମାଙ୍କନ ଦାଖଲ କରିପାରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *