ପ୍ରଚାର ମୈଦାନକୁ ଓହ୍ଲାଇଲେ ପ୍ରଦୀପ୍ତ ଓ କନକବର୍ଦ୍ଧନ

ଭୁବନେଶ୍ୱର : ପିପିଲିରେ ରାଜ୍ୟ ବିଜେପିର ତମାମ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଭାପତି, ପ୍ରଭାରୀ, ସହ ପ୍ରଭାରୀ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଆରମ୍ଭ କରିଛନ୍ତି । ଇତିମଧ୍ୟରେ ପ୍ରଚାର ମୈଦାନକୁ ଆଜି ଓହ୍ଲାଇଛନ୍ତି ଦଳର ଦୁଇ ହେଭିୱେଟ୍ ତଥା ଷ୍ଟାର ପ୍ରଚାରକ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଉଭୟ ପିପିଲି ଏନ୍‌ଏସି ସମେତ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ୍ ବିଭିନ୍ନ ପଞ୍ଚାୟତ ବୁଲି ଆଶ୍ରିତଙ୍କ ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ।

ଏହି ଅବସରରେ ଶ୍ରୀ ନାଏକ କହିଛନ୍ତି ଯେ ଯିଏ ଏଠାରେ ୩୫ ବର୍ଷ ଧରି ବିଧାୟକ ଥିଲେ ସେ ଦଳୀୟ କର୍ମୀଙ୍କ ଲାଗି କେବଳ କାମ କରୁଥିଲେ । ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ରାସନ୍ କାର୍ଡ ଓ ଘର ପ୍ରଦାନରେ ବାଛ ବିଚାର କରୁଥିଲେ । କେବଳ ତାଙ୍କ ଚାଟୁକାରମାନଙ୍କ କଥା ବୁଝୁଥିଲେ । ହେଲେ ଆଶ୍ରିତ ପଟ୍ଟନାୟକ ଏଠାରୁ ଜିତିଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍ ସବ୍‌କା ବିକାଶ ମନ୍ତ୍ର ନେଇ କାର୍ଯ୍ୟ କରିବେ । ଆମେ ଏହି କଥା ସମସ୍ତଙ୍କ ଆଗରେ ରଖି ଭୋଟ୍ ମାଗୁଛୁ ।
ସେହିଭଳି ଶ୍ରୀ ସିଂଦେଓ କହିଛନ୍ତି ଯେ ପିପିଲିରେ ରାସ୍ତାଘାଟ ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । ମୁଁ ରାଜସ୍ଥାନରେ ବିବାହ କରିଛି । ସେଠାରେ ଲୋକମାନେ ଓଟ ପିଠିରେ ବସିକି ଗଲେ ଯେପରି ଅନୁଭବ ହୁଏ ପିପିଲି ରାସ୍ତାରେ ଗାଡ଼ିରେ ଆସିବା ସମୟରେ ମୁଁ ସେମିତି ଅନୁଭବ କଲି । ପିପିଲିର ଉନ୍ନତୀ କିପରି ହେବ ସେନେଇ ପୂର୍ବତନ ବିଧାୟକଙ୍କର କୋଣସି ରୋଡ୍‌ମ୍ୟାପ ନଥିଲା । ଅଞ୍ଚଳବାସୀ ବାରମ୍ବାର ଭୋଟ ଦେଉଛନ୍ତି, କିନ୍ତୁ ସେମାନେ ବିକାଶ ଧାରାରେ ସାମିଲ ହୋଇପାରୁନାହାଁନ୍ତି । କେବଳ ନିର୍ବାଚନ ସମୟରେ ଶାସକ ଦଳ ବଡ଼ ବଡ଼ ପ୍ରତିଶୃତି ଦେଇଥାଏ କିନ୍ତୁ ନିର୍ବାଚନ ସରିଗଲେ ‘ଯଥା ପୂବଂ ତଥା ପରଂ’ ଭଳି ଆଚରଣ ଦେଖାଏ ।

୧୨ରେ ପିପିଲି ଯିବେ ଅପରାଜିତା

ପିପିଲି ଉପନିର୍ବାଚନରେ ବିଜେପି ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଏହାର ମଙ୍ଗ ଧରିବେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ । ସେହିଭଳି ୧୨ ତାରିଖରେ ଭୁବନେଶ୍ୱର ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପିପିଲିରେ ପ୍ରଚାର କାର୍ଯ୍ୟରେ ଯୋଗଦେବେ । ଆସନ୍ତାକାଲି ଶ୍ରୀ ଓରାମ ଦଳର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ମିଶି ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର, ଦୁର୍ଗାଦାସପୁର, କୁଳଶ୍ରୀପାଟଣା ଓ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ସଭାରେ ଯୋଗଦେବେ । ସେହିଭଳି ଶ୍ରୀମତୀ ଷଡ଼ଙ୍ଗୀ ଆସନ୍ତା ୧୪ ଏବଂ ୧୫ ତାରିଖରେ ମଧ୍ୟ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୩ ତାରିଖରେ ପିପିଲି ଯିବାନେଇ ସ୍ଥିର ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *