ପିପିଲି ଉପନିର୍ବାଚନରେ ପ୍ରାର୍ଥୀଙ୍କୁ ମହଙ୍ଗା ପଡ଼ିବ ‘ଫନି’ ଅସନ୍ତୋଷ

ପିପିଲି : ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଇତିମଧ୍ୟରେ ୨ ବର୍ଷ ପୂରିବାକୁ ଯାଉଛି । ଆଜି ପିପିଲି ଓ ଡେଲାଙ୍ଗ ବ୍ଲକର ବହୁ ‘ଫନି’ ବିପନ୍ନ ଦୁର୍ଦ୍ଦିନ ଭିତରେ ରହିଛନ୍ତି । ଏବେ ବି ଜରିପାଲ ତଳେ ଆଶ୍ରୟ ନେଇଛନ୍ତି । ବହୁ ବାସହରାଙ୍କୁ ଆଜି ସୁଦ୍ଧା ସରକାରୀ ସହାୟତା ମିଳିନି । ଏହାକୁ ନେଇ ଅସନ୍ତୋଷ ଥମି ନଥିବାବେଳେ ପିପିଲି ଉପନିର୍ବାଚନରେ ପ୍ରାର୍ଥୀଙ୍କୁ ଏହା ମହଙ୍ଗା ପଡ଼ିବାକୁ ଯାଉଛି । ପ୍ରଚାର ବେଳେ ଫନି ବିପନ୍ନଙ୍କ ପ୍ରଶ୍ନ ଭୋଟ ଭିକ୍ଷା କରୁଥିବା ରାଜନେତାଙ୍କୁ ଅକଳରେ ପକାଇଛି ।

୨୦୧୯ ମେ ୩ରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ମାଡ଼ରେ ପିପିଲି ନିର୍ବାଚନମଣ୍ଡଳୀର ୧୮ ହଜାରରୁ ଅଧିକ ଘର ଭାଙ୍ଗି ଛାରଖାର ହୋଇ ଯାଇଥିଲା । ହଜାରହଜାର ଲୋକ ବାସହରା ହୋଇଥିଲେ । ଅନେକ ବାସହରାଙ୍କୁ ଅଦ୍ୟାବଧି ସରକାରୀ ସହାୟତା ମିଳିନଥିବାବେଳେ ହାତଗଣତି କୋଠା ଥିବା ବାଲାଙ୍କୁ ମିଳିଛି ୯୫ ହଜାର ଟଙ୍କା । ଏଠି କାହାର ପୁଷ ମାସ ତ କାହାର ସର୍ବନାଶ । ଏପରିକି ଗୋଟିଏ ଗୋଟିଏ ପରିବାରର ୩/୪ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଗୁରୁତର ଅଭିଯୋଗ ହୋଇଛି । ‘ଫନି’ ଅନିୟମିତତାକୁ ରୋକିବା ପାଇଁ ତହସିଲ ପକ୍ଷରୁ ଅତୀତରେ ବ୍ୟାଙ୍କ ଆକାଉଣ୍ଟ ସବୁ ଫ୍ରିଜ୍ କରାଯାଇଥିଲା । ଏବେ ବି ଲୋକଙ୍କ ଆକାଉଣ୍ଟ ଅଚଳ ହୋଇ ରହିଛି । ଏହି କାରଣରୁ ପ୍ରକୃତ ହିତାଧିକାରୀ ଆର୍ôଥକ ଦେଣନେଣରୁ ବଞ୍ଚିତ ହୋଇଛନ୍ତି । ହିତାଧିକାରୀ ଚୟନରେ ରାଜନୈତିକ ହସ୍ତକ୍ଷେପ ରହୁଥିବାବେଳେ ପ୍ରକୃତ ହିତାଧିକାରୀ ଚୟନ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

ଏ ନେଇ ବହୁବାର ତହସିଲ ସମ୍ମୁଖରେ ଆନ୍ଦୋଳନ ହେଲାଣି । ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୪୬ଟି ପଞ୍ଚାୟତ ଓ ପିପିଲି ପୌରାଞ୍ଚଳର ୧୮ ହଜାରରୁ ଅଧିକ ‘ଫନି’ ବିପନ୍ନ ଏବେ ବି ପଲିଥିନ୍‌? ତଳେ ଆଶ୍ରୟ ନେଇଛନ୍ତି । ଏ ନେଇ ଜାତୀୟ ଦଳିତ ଆଦିବାସୀ ସଂଖ୍ୟାଲଘୁ ମହାସଂଘ ବହୁବାର ଆନ୍ଦୋଳନ କରିଛି । ନିକଟରେ ମହାସଂଘ ନେତୃତ୍ୱରେ ୫ ଶହରୁ ଅଧିକ ଫନି ବିପନ୍ନ ମହିଳା ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ । ଯେହେତୁ ଫନି ସହାୟତାରୁ ପିପିଲି ନିର୍ବାଚନମଣ୍ଡଳୀବାସୀ ବଞ୍ଚିତ ହୋଇଛନ୍ତି, ଏହା ରାଜନୈତିକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *