ପିପିଲି ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର  : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପ୍ରଚାର ଜୋରସୋରରେ ଚଲାଇଛନ୍ତି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କ ସାଥିରେ ପ୍ରଚାର ଜାରି ରଖିଛନ୍ତି । ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କ ଲାଗି ଖୋଦ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ । ଏହି ପ୍ରଚାରଟି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କରିବେ ବୋଲି ବିଜେଡ଼ି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲା ପରିଷଦ ଅନୁଯାୟୀ ପ୍ରଚାର ହେବ ଏବଂ କର୍ମୀ ଏକାଠି ହେବା ସ୍ଥାନରେ ଏଲଇଡ଼ି ଲାଗିବ । ଖାଲିପଡ଼ିଥିବା ବିଧାୟକ ଆସନ ପାଇଁ ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *