ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିର କଂଗ୍ରେସ ପ୍ରାର୍ଥୀ

ପିପିଲି : ପିପିଲି ଲାଗି କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ । ବିଶ୍ୱକେଶନଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ତେବେ ପିପିଲିରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଦେହାନ୍ତ ହେବା ପରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଅନେକ ଅଙ୍କକଷା ଚାଲିଥିଲା । ଆଉ ଏହାରି ମଧ୍ୟରେ ଦଳ ନିଜ ପ୍ରାର୍ଥୀ ନା’ ଘୋଷଣା କରିଛି ।

ପିପିଲି ଉପନିର୍ବାଚନ ଆସନ୍ତା ମେ’ ୧୩ରେ ମତଦାନ ହେବ ଏବଂ ୧୬ରେ ଭୋଟ ଗଣତି କରାଯିବ । ଉପନିର୍ବାଚନ ଏପ୍ରିଲ ୧୭ରେ ହେବାକୁ ଥିଲା । ହେଲେ ଉପନିର୍ବାଚନର ଠିକ ୪ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁ ବରଣ କରିବାରୁ ସ୍ଥଗିତ ରହିଥିଲା । ଗତ ଶନିବାର ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ମେ’ ୧୩ରେ ଉପନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ । ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମେ’ ୧୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଏହି କ୍ରମରେ ଚଳିତ ଏପ୍ରିଲ ୨୬ ରେ ନାମାଙ୍କନ ଦାଖଲ , ୨୭ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ’ ୧୮ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ପ୍ରକାଶ ପାଇଛି । ସିଇଓ ଶ୍ରୀ ଲୋହାନୀ କହିଥିଲେ, ସମ୍ପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉଥରେ ପ୍ରକାଶ ପାଇଛି । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ଲାଗି ୭ ଦିନ ସମୟ ଦିଆଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *