ପେଟ୍ରୋଲ ୭୫ ଟଙ୍କା, ଡିଜେଲ ୬୮କୁ ଖସିବ !

ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି ତେଲ ଦର । ଦର ବୃଦ୍ଧି ଯୋଗୁ ଖାଉଟି ଅତିଷ୍ଠ । ଦିନକୁ ଦିନ ଲଗାମ୍ ହୀନ ହୋଇପଡିଥିବା ତେଲ ଦର ଏବେ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଯାହାଫଳରେ ଦର ଏବେ ଶହେ ଛୁଇଁବାକୁ ବସିଛି । ତେବେ ଉଭୟ ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରାଯିବା ଜରୁରୀ । ଏହା ହେଲେ ତେଲ ଦରରେ ବହୁ ମାତ୍ରାରେ ହ୍ରାସ ଘଟିବ । ଏ ସମ୍ପର୍କରେ ଏସ୍‌ବିଆଇର ଅର୍ଥନୀତିଜ୍ଞ ମତ ହେଉଛି, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଗଲେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଏବଂ ଡିଜେଲ ୬୮ ଟଙ୍କାକୁ ହ୍ରାସ ଘଟିବ ।

ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ସମ୍ପ୍ରତି ବିଶ୍ୱରେ ସର୍ବାଧିକ ରହିଛି । ଏହି ଦୁଇ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରାଗଲେ ଦର ଅନେକାଂଶରେ ହ୍ରାସ ଘଟିବ । ଯଦି ଡିଜେଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କା ସ୍ତରକୁ ହ୍ରାସ କରାଯାଏ ତେବେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜସ୍ୱ ବାବଦରେ ୧ ଲକ୍ଷ କୋଟି ହରାଇବେ ଯାହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୦.୪% ହେବ । ଏଥିରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଡଲାର ଏବଂ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିୟମ ମୂଲ୍ୟ ୭୩ ଟଙ୍କା ଧରାଯାଇଛି । ସମ୍ପ୍ରତି ଦେଶର ଅନେକ ଭାଗରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁ ଥିବାବେଳେ ତେଲ ଉପରେ ଲାଗୁ କରାଯାଇଥିବା ଅତ୍ୟଧିକ ଟିକସ ଯୋଗୁ ବଜାରରେ ତେଲ ଅଧିକ ମହଙ୍ଗା ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *