ମାଲକାନଗିରିରେ ୧୦୫ ଟଙ୍କା ଟପିଲା ପେଟ୍ରୋଲ, ରାଜଧାନୀରେ ଶହେ ମୁହାଁ

ଭୁବନେଶ୍ୱର: ବଢ଼ୁଛି ତୈଳଦର । ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ତୈଳଦର ୩୫ ପଇସା ବଢ଼ିଛି । ରାଜ୍ୟରେ ମାଲକାନଗିରିରେ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ୧୦୫ ଟଙ୍କା ୨ ପଇସା ରହିଥିବା ବେଳେ ଡିଜେଲ୍ ୧୦୨ ଟଙ୍କା ରହିଛି । ସେହିଭଳି ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ ଦର ୧୦୮ ଟଙ୍କା ୮୬ ପଇସା ରହିଛି । ରାଜ୍ୟର ୨୫ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । କଟକରେ ସେଞ୍ଚୁରୀ ମାରିଛି ପେଟ୍ରୋଲ୍ । ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଥିବା ବେଳେ ଡିଜେଲ୍ ୯୭ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଶତକ ଠାରୁ ୪ ପଇସା କମ୍ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୯୯ ଟଙ୍କା ୯୫ ପଇସା ଥିବାବେଳେ ଡିଜେଲ୍ ୯୭ ଟଙ୍କା ୧୯ ପଇସାରେ ବିକ୍ରି ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *