ଲକ୍ଷ୍ମୀପୁର ହିଂସା ଘଟଣାରେ ଜିଦ୍‌ରେ ଅଟଳ କୃଷକ : ଅଭିଯୁକ୍ତ ଗିରଫ ହେବା ପରେ ଅନ୍ତିମ ସଂସ୍କାର ହେବ

ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରିରେ ହିଂସା ପରେ ପୂରା ୟୁପି ଏବେ ରାଜନୈତିକ ଅଖାଡ଼ାରେ ପରିଣତ ହୋଇଛି । ବିରୋଧୀଦଳ ନେତାମାନେ ଲକ୍ଷ୍ମୀପୁର ଯାଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଲକ୍ଷ୍ମୀପୁର ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଦାୟୀ କରିଛନ୍ତି କୃଷକ । ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯିବନି ବୋଲି କୃଷକମାନେ ଘୋଷଣା କରିଛନ୍ତି । ଏହି ମାମଲାରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଲକ୍ଷ୍ମୀପୁର ଟିକୁନିୟା ଥାନାରେ ହତ୍ୟା, ଅପରାଧିକ ଷଡଯନ୍ତ୍ର, ଦୁର୍ଘଟଣା ଧାରାରେ ଏଫ୍‌ଆଇଆର୍ ଦାଏର୍ ହୋଇଛି । ସେପଟେ ପୁଅ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି, ଚାଷୀଙ୍କ ମଧ୍ୟରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ବିଜେପି କର୍ମୀଙ୍କ ଉପରେ ପଥର ଫିଙ୍ଗିବା ସହ ଲାଠିରେ ମାରିବା ଆରମ୍ଭ କରିଥିଲେ । ଜୋରଜବରଦସ୍ତ ଟାଣି ଟାଣି ସେମାନଙ୍କୁ ନିଆଯିବାର ଭିଡିଓ ମଧ୍ୟ ଅଛି ।

କେବଳ ଏତିକି ନୁହେଁ ଗାଡି ଗୁଡ଼ିକୁ ରାସ୍ତା ନିକଟସ୍ଥ ଖାଲକୁ ଠେଲିଦେବା ସହ ନିଆଁ ଦେଇଥିଲେ ଦୁର୍ବୃତ୍ତ । କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ମୋ ପୁଅ ସେଠାରେ କାର୍ଯ୍ୟକ୍ରମ ସ୍ଥଳରେ ଥିଲା । ପୁଅ ସେଠାରେ ଉପସ୍ଥିତ ଥିଲେ ମାଡ଼ ମାରି ତା’ର ମଧ୍ୟ ଜୀବନ ନେଇଯାଇ ଥାଆନ୍ତେ । ସେପଟେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ହେପାଜତକୁ ନେଇଛି । ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ହେପାଜତକୁ ନେଇ ଅଟକ ରଖିଛି । ଗତକାଲି ବିଜେପି ନେତାଙ୍କ ପୁଅଙ୍କ ଗାଡ଼ି ମାଡ଼ିଯିବାରୁ ପ୍ରାଣ ହରାଇଥିବା ୪ କୃଷକଙ୍କ ପରିବାରକୁ ଭେଟିବା ଲାଗି ଅଖିଳେଶ ଯିବାକୁ ବାହାରିଥିଲେ । ତେବେ ଅଖିଳେଶ ଘରୁ ବାହାରିବା ପୂର୍ବରୁ ତାଙ୍କ ବାସଭବନକୁ ପୋଲିସ ଛାଉଣୀ କରି ଦିଆଯାଇଥିଲା, ଏହାସହ ତାଙ୍କୁ ବାହାରକୁ ବାହାରିବାକୁ ଦିଆଯାଇ ନଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *