ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ରୁ ୯୨ ପ୍ରତିଶତ

ଭୁବନେଶ୍ୱର: ଦ୍ୱିତୀୟ ଲହର ସଂକ୍ରମଣ କମୁଛି । ଆମେ ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ତାହା ଆସୁ ନ ଆସୁ  ମାତ୍ର ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଭ୍ୟାକ୍ସିନେସନ୍ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଆମର ପ୍ରାଥମିକ ଲକ୍ଷ୍ୟ । ଫୋକସ ରହିବ ଶିଶୁ ମାନଙ୍କ ଚିକିତ୍ସା । ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଦୈନିକ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡିଟ୍ ରିପୋର୍ଟ ଆସିବା ପରେ ଆମେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ରୁ ୯୨ ପ୍ରତିଶତ । ଏବେ ବି ୫୫ରୁ ୬୦ ଲୋକ ଭେଣ୍ଟିଲେଟରରେ ଅଛନ୍ତି ।

ଏବଂ ଆଇସିୟୁରୁ ୩୦ ପ୍ରତିଶତ ପେସେଣ୍ଟ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ କ୍ରିଟିକାଲ ପେସେଣ୍ଟ ଅଛନ୍ତି ଆମର ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ । ଆମର ଉପକୂଳରେ ବିଳମ୍ବରେ ପିକ୍ ନେଇଥିଲା । ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଆମେ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ ତାହା ପରେ ସେ କେଉଁଠି କୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ । ରାଜ୍ୟରେ ସଂକ୍ରମଣ କମୁଛି, ଆଗକୁ ଆହୁରି କମିବ । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲାରେ ଧିରେ ଧିରେ କମିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । କେନ୍ଦ୍ରୀୟ ବୈଷୟିକ ଟିମ୍ ଆସିଛନ୍ତି । ସେମାନଙ୍କର ଯାହା ତଥ୍ୟ ଦରକାର ଯୋଗାଇ ଦେବୁ । ସେମାନେ ବୈଷୟିକ ଦିଗ ଦେଖିବେ । ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପର୍ଯ୍ୟନ୍ତ ଏକ ଗ୍ୟାପ ରହୁଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା କମିବ ବୋଲି କହିଛନ୍ତି ଡିଏମଇଟି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *