ଅନ୍‌ଲକ୍ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ୧୭ ଜିଲ୍ଲାରେ ୫ଟା ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣାକୁ କୋହଳ କଲେ ରାଜ୍ୟ ସରକାର । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍ । ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି କ୍ୟାଟୋଗୋରୀରେ ବିଭକ୍ତ କରିଛନ୍ତି । ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ୧୭ ଜିଲ୍ଲାମାନଙ୍କୁ ଏ କ୍ୟାଟୋଗୋରୀରେ ରଖାଯାଇଥିବା ବେଳେ ଅନ୍ୟ ୧୩ଟି ଜିଲ୍ଲାକୁ ବି କ୍ୟାଟୋଗୋରୀରେ ରଖାଯାଇଛି ।

କାଟେଗୋରୀ – A -ରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା। ରହିଥିବା ବେଳେ କାଟେଗୋରୀ – Bରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି ।

କାଟେଗୋରୀ – A ଜିଲ୍ଲାଗୁଡ଼ିକରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲା ରହିବ ଦୋକାନ ବଜାର । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ଦୋକାନ ଖୋଲାରହିବ । ଧର୍ମାନୁଷ୍ଠାନ, ମଲ୍, ସୁମିଂ ପୁଲ, ରାଜନୈତିକ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ପୂର୍ବ ଭଳି ପ୍ରାୟ କଟକଣା ଲାଗୁ ରହିଥିବା ବେଳେ ସକାଳ ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।

କାଟେଗୋରୀ – Bଗୁଡ଼ିକରେ  ସକାଳ ୬ଟାରୁ ସନ୍ଧ୍ୟା ଦିନ ଗୋଟଏ ଯାଏଁ ଦୋକାନ ବଜାର ଖୋଲା ରହିବ । ଏଠାରେ ମଧ୍ୟ ଅତ୍ୟାବଶ୍ୟକୀୟ ସମଗ୍ରୀ ଦୋକାନ ଖୋଲାରହିବ । ଧର୍ମାନୁଷ୍ଠାନ, ମଲ୍, ସୁମିଂ ପୁଲ, ରାଜନୈତିକ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାଙ୍କିଂ, ଶିଳ୍ପ ସଂସ୍ଥା, ମତ୍ସ୍ୟ ଓ ପଶୁପାଳନ, ହୋମ୍ ଡେଲିଭେରୀ , ପେଟ୍ରୋଲ ପମ୍ପ, ଟେଲିକମ୍ ସେବା କାର୍ଯ୍ୟ ଜାରି ରହିବ । ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ ଏଥିସହିତ ସମ୍ପୃକ୍ତ ଦୋକାନ ଖୋଲା ରହିବ । ଇଲେକ୍ଟ୍ରିକାଲ ଦୋକାନ ମଧ୍ୟ ଖୋଲା ରହିବ । ମାଲ ପରିବହନ କରୁଥିବା ଗାଡ଼ି ଚଳାଚଳ କରିବ । ପ୍ରଥମ ଥର ପାଇଁ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସପ୍ତାହାନ୍ତ ସଟ୍‌ଡାଉନ ବଳବତ୍ତର ରହିବ । ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବ । ସଂଖ୍ୟାକୁ ନେଇ କଟକଣା ମଧ୍ୟ ବଳବତ୍ତର ରହିବ । ଜିମ୍ ସେଲୁନ୍, ପାର୍କ ସାରା ରାଜ୍ୟରେ ବନ୍ଦ ରହିବ । ସାମାଜିକ ଓ ରାଜେନୖତି କାର୍ଯ୍ୟକ୍ରମ ବନ୍ଦ ରହିବ । ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲୁ ରହିବ । ଯାତ୍ରା ଏବଂ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ । ଜନସାଧାଣରଙ୍କ ଜୀବନ ଏବଂ ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର ନିଷ୍ପତ୍ତିି ନେଇଛନ୍ତି । ପଶ୍ଚିମବଙ୍ଗ ଓ ଆନ୍ଦ୍ରପ୍ରେଶ ଚେକ୍ ପୋଷ୍ଟରେ କଟକଣା ଜାରି ରହିବ । କିନ୍ତୁ ଝାଡଖଣ୍ଡ ଓ ଛତିଶଗଡ଼ରେ ସଂକ୍ରମଣ ହ୍ରାସ ପାଇଥିବାରୁ ଚେଷ୍ଟ ପୋଷ୍ଟରେ କଟକଣା ହଟାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *