ଜମି ବିବାଦକୁ ନେଇ ପାରିବାରିକ ଗଣ୍ଡଗୋଳ, ୨ ଆହାତ

ପାରାଦୀପ : ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଫୁଲବେଲାରୀ ଗ୍ରାମରେ ଜମି ବିବାଦକୁ ନେଇ ପାରିବାରିକ ଗଣ୍ଡଗୋଳ ଉଗ୍ରରୂପ ଶନିବାର ଦିନ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଅଜୟ ବିଶ୍ୱାଳ ଏବଂ ତାଙ୍କ ପୁତୁରା କୁନା ବିଶ୍ୱାଳଙ୍କୁ ସେହି ଗ୍ରାମର ତୋଫାନ ବିଶ୍ୱାଳ, ହୃଷିକେଶ ବିଶ୍ୱାଳ, ନିରାକାର ବିଶ୍ୱାଳଙ୍କ ସମେତ ୪ଜଣ ଅଜୟଭ୍‌କ ଘରେ ପଶି ଆକ୍ରମଣ କରିଥିଲେ ।

ଅଭିଯୁକ୍ତ ମାନେ ଲୁହାରଡରେ ଅଜୟ ଏବଂ ତାଙ୍କ ପୁତୁରାକୁ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତ ମାନେ ଅଜୟଙ୍କ ପରିବାରର ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ ଓ ସୁନା ଚେନ୍ ଛଡେଇ ନେଇଥିବା ନେଇ ଅଜୟ ବିଶ୍ୱାଳ ପାରାଦୀପ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆହାତ ଦୁଇଜଣଙ୍କୁ ପରିବାର ଲୋକ ଅଠରବାଙ୍କୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରିଥିବା ଜଣାପଡିଛି । ଶୁକ୍ରବାର ଦିନ ଦୁଇ ପରିବାର ଅଜୟ ଓ ତୋଫାନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *