ମୃତ ଦୁଷ୍ମନ୍ତ ଦାସଙ୍କ ପରିବାର କଥା ବୁଝିବେ ବିଜେଡି ବିଧାୟକ

ଜଗତସିଂହପୁର: ମୃତ ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଦୁଷ୍ମନ୍ତଙ୍କ ପରିବାରର ସମସ୍ତ ଭଲ ମନ୍ଦ ବୁଝିବେ ବୋଲି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି । ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଦୁଃଖ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି ସମ୍ବିତ । ତେବେ ଦ୍ମଷ୍ମତଙ୍କୁ କିଏ ଘରୁ ଡାକି ନେଇଥିଲା ଓ କିଏ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲା ସେନେଇ ବିଧାୟକ ସମ୍ବିତ ରାଉତରାୟ ତଦନ୍ତ ଦାବି କରିଛନ୍ତି । ବିଧାନସଭା ସାମ୍ନାରେ ଆତ୍ମହତ୍ୟା କରିଥିବା ଉଦ୍ୟମ କରିଥିଲେ କୁଜଙ୍ଗର ଦୁଷ୍ମନ୍ତ ଦାସ  । ପରବର୍ତ୍ତୀ ସମୟରେ ଦୁଷ୍ମନ୍ତଙ୍କର ମୃତ୍ୟୁ ଘଟିଥିଲା  । ତେବେ ଦୁଷ୍ମନ୍ତ ଚାଲିବା ପାଇଁ ସକ୍ଷମ ହୋଇନଥିବାବେଳେ ତାଙ୍କୁ ଭୁବନେଶ୍ୱର ଆଣିବାରେ କିଏ ସହଯୋଗ କରିଥିଲେ, ତାଙ୍କୁ ଖୋଜୁଛି ପୋଲିସ  । ଅନ୍ୟପଟେ ଦୁଷ୍ମନ୍ତଙ୍କ ପରିବାରର ଅସହାୟତା ଦେଖି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ତାଙ୍କ ଘରେ ପହଁଛିଥିଲେ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *