ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଲ୍-୨୦୨୧ ବିଧାନସଭାରେ ପାରିତ

ଭୁବନେଶ୍ୱର: ଓଡିଶା ପଞ୍ଚାୟତ ସଂଶୋଧନ ବିଲ୍-୨୦୨୧ ଆଜି ବିଧାନସଭାରେ ପାରିତ । ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ। ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ ତାହାକୁ କାର୍ଯ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଅନୁସଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ। କିନ୍ତୁ ତାହା ୨୭ ଭିତରେ ରହିବା ଉଚିତ। ଯେଉଁଠି ପେଶା ଆଇନ କାର୍ଯ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା। ସମ୍ବିଧାନର ଅନୁଚ୍ଛେଦ ୨୪୩-ଡି’ରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ଉପରୋକ୍ତ ବ୍ୟବସ୍ଥା ମତେ ରାଜ୍ୟ ସରକାର ପଛୁଆ ବର୍ଗ ନାଗରିକଙ୍କ ପାଇଁ ଆବଶ୍ୟକତା ମତେ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ସ୍ଵତନ୍ତ୍ର ଅଟନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *