ପାନ ବରଜ ଚାଷୀ ଘେରିଲେ ବିଡିଓଙ୍କୁ

ପୁରୀ (ବସନ୍ତ ଦାସ) : ଗତ ୨୦୧୯ମସିହା ମେ ମାସ ୩ତାରିଖରେ ହୋଇଥିବା ଫନି ବାତ୍ୟାରେ ନିମାପଡ଼ା ବ୍ଲକ୍ ର ବହୁ ପାନ ବରଜ ଭାଙ୍ଗିଥିଲା । ମାତ୍ର ଅଦ୍ୟା ବଧି ସେମାନଙ୍କୁ ସରକାରୀ ସହାୟତା ମିଳି ନଥିବା ବେଳେ ଉଦ୍ୟାନ ବିଭାଗ ତରଫରୁ ଗତ ଦୁଇ ଦିନ ତଳେ ପାନ ବରଜ ଭାଙ୍ଗି ଥିବା ଚାଷୀଙ୍କ ଫଟୋ ଉଠାଯାଇଥିଲା । ମାତ୍ର ପ୍ରକୃତ ପାନବରଜ ଭାଙ୍ଗିଥିବା ଚାଷୀଙ୍କ ଫଟୋ ଉଠା ନ ଯାଇ ଯାହାର ଭାଙ୍ଗି ନଥିଲା ସେମାନଙ୍କର ଫଟୋ ଉଠା ଯାଉଥିବା ଜାଣି ଚାଷୀମାନେ ଉକ୍ତ କର୍ମଚାରୀଙ୍କୁ ପଚାରିବାରୁ ବ୍ଲକରୁ ଅର୍ଡର ଆସିଛି ଯାହାର ଆମେ ତା’ ରି ଫଟୋ ଉଠାଇବୁ ବୋଲି କହି ଗ୍ରାମରୁ ଫେରି ଯାଇଥିଲେ । ଏହାର ପ୍ରତିବାଦରେ ନିମାପଡ଼ା ବ୍ଲକ୍ କଳାପାଞ୍ଚଣ ପାଞ୍ଚାୟତର ଚାଷୀମାନେ ବ୍ଲକ୍ ଘେରାଉ କରିଥିଲେ । ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ବିଡିଓ ମନୋଜ ବେହେରା ଙ୍କ ନେତୃତ୍ୱରେ ଦେଇଥିଲେ । ଫନି ବାତ୍ୟାରେ ପ୍ରକୃତ ପାନବରଜ ଭାଙ୍ଗିଥିବା ଚାଷୀଙ୍କୁ ଚିହ୍ନଟ କରାଯାଇ ସରକାରି ସହାୟତା ପ୍ରଦାନ ଲାଗି ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ନିମାପଡ଼ା ବିଡିଓ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ଘେରି ଥିବା ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଘେରାଉରୁ ଓହରି ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *