ତାଲିବାନ ଡରରେ ପଳାଇଥିଲେ ୨୦୦ ଆଫଗାନ ନାଗରିକ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ପାକିସ୍ତାନ ପଳାଇଥିବା ୨୦୦ ଆଫଗାନି ନାଗରିକଙ୍କୁ ଫେରାଇ ଦେଇଛି ପାକିସ୍ତାନ । ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ରହିଛନ୍ତି । ଖାଲି ଏତିକି ନୁହେଁ ସେମାନେ ଅବୖେଧ ରୂପରେ ଦେଶରେ ପ୍ରବେଶ କରିଥିବା ନେଇ ପାକିସ୍ତାନ କହିଛି । ସୂଚନା ଅନୁଯାୟୀ, ତାଲିବାନ ଯେତେବେଳେ ଆଫଗାନିସ୍ତାନ ଉପରେ କବଜା କରିଥିଲା ସେସମୟରେ ବହୁ ସଂଖ୍ୟାରେ ଲୋକମାନେ ଦେଶ ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଆଉ ବହୁ ସଂଖ୍ୟାରେ ଜନସାଧାରଣ ବିଭିନ୍ନ କ୍ଷେତ୍ର ଦେଇ ପାକିସ୍ତାନର ସୀମାରେ ପହଞ୍ଚିବା ସହ ଚମନ ଅଞ୍ଚଳ ପାଖାପାଖି ରହିଥିଲେ । ଏଠାକାର ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଲୋକମାନେ ରାତି ମଧ୍ୟ କାଟିଥିଲେ । କିନ୍ତୁ ଯେଉଁମାନଙ୍କ ପାଖରେ ଭିସା ଓ ପାସପୋର୍ଟ ରହିଛି, ସେମାନଙ୍କୁ ଏଣ୍ଟ୍ରି ଦିଆଯାଇଛି । ଅନ୍ୟ ଏକ ରିପୋର୍ଟ୍ ଅନୁସାରେ ପାକିସ୍ତାନରେ ପାଖାପାଖି ୩ ମିଲିୟନ୍ ଆଫଗାନ ନାଗରିକ ରହୁଛନ୍ତି ।  ତାଲିବାନର ଶାସନ ଆରମ୍ଭ ହେବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡି ପଳାୟନ କରିଥିଲେ ।  ତେବେ ଆମେରିକା ସେନା ଦ୍ୱାରା ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆମେରିକା ସେନା ଯିବା ପରେ  କାବୁଲ ଏୟାରପୋର୍ଟ ବନ୍ଦ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *