ପୁଣି ପାକିସ୍ତାନରେ ନଷ୍ଟ କରାଗଲା ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଥରେ ହିନ୍ଦୁ ମନ୍ଦିରକୁ ନଷ୍ଟ କରାଯାଉଥିବାର ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ପାକିସ୍ତାନ ପୋଲିସ କହିଛି ଯେ ଲୋକମାନେ କରାଚିର ନାରାୟଣପୁରର ନାରାୟଣ ମନ୍ଦିର ଉପରେ ଆକ୍ରମଣ କରି ମୂର୍ତ୍ତିଗୁଡ଼ିକୁ ନଷ୍ଟ କରି ଦେଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସରଫରାଜ ନୱାଜ କହିଛନ୍ତି ଯେ, ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ଘଟଣାରେ ଜଣେ ବ୍ୟକ୍ତିକୁ ଚିହ୍ନଟ କରାଯାଇଛି । ଉକ୍ତ ବ୍ୟକ୍ତିକୁ ପୋଲିସ ଗିରଫ ମଧ୍ୟ କରି ନେଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ନାମ ମହମ୍ମଦ ୱାଲିଦ ଶବୀର ବୋଲି ଜଣାପଡିଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ମନ୍ଦିରରେ ଭଙ୍ଗାରୁଜା ଅଭିଯୋଗ ମୁକେଶ କୁମାର ନାମକ ଜଣେ ବ୍ୟକ୍ତି କରିଥିଲେ ।

ପୋଲିସ ନିକଟରେ ଅଭିଯୋଗ କରି ମୁକେଶ କହିଥିଲେ, ସେ ନାରାୟଣ ମନ୍ଦିରକୁ ପୂଜା କରିବା ପାଇଁ ପତ୍ନୀଙ୍କୁ ଧରି ଯାଇଥିଲେ । ଏହି ସମୟରେ ମହମ୍ମଦ ୱାଲିଦ ଶବୀର ନାମକ ବ୍ୟକ୍ତି ମନ୍ଦିର ଭିତରେ ପଶି ଯାଇଥିଲା । ଆଉ ହାତୁଡ଼ି ସାହାଯ୍ୟରେ ମନ୍ଦିର ଭିତରେ ଥିବା ସମସ୍ତ ମୂର୍ତ୍ତିକୁ ଭାଙ୍ଗି ନଷ୍ଟ କରି ଦେଇଥିଲା । ଏହାପରେ ଲୋକେ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଥିଲେ । ଏହି ଘଟଣାପରେ ହିନ୍ଦୁମାନେ ଏକାଠି ହୋଇ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ସରକାର ଓ ପୋଲିସ ଠାରୁ ସୁରକ୍ଷା ଦାବି କରିଥିଲେ । ଲୋକମାନେ ଅଭିଯୋଗ କରି କହିଥିଲେ କି, ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣା ସାଧାରଣ ହୋଇଯାଇଛି । ଯାହାଦ୍ୱାରା ସମସ୍ତ ହିନ୍ଦୁ ଅସୁରକ୍ଷିତ ମନେ କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *