କାଙ୍ଗାଳ ହୋଇଗଲାଣି ପାକିସ୍ତାନ : ଚିନ୍ତାରେ ଇମ୍ରାନ ଖାନ୍‌

ଇସଲାମାବାଦ: କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଚିନ୍ତାରେ ପଡିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି । ହେଲେ ବର୍ତ୍ତମାନ ପାକିସ୍ତାନ ବାସ୍ତବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନରେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରଠାରୁ ହିଁ ଦେଶରେ ଏଭଳି ଆର୍ôଥକ ସଙ୍କଟ ଉପୁଜିଛି । ବର୍ତ୍ତମାନ ଦେଶକୁ ପ୍ରାୟ ୫୧. ୬ ବିଲିୟନ ଡଲାରର ଆର୍ôଥକ ସହାୟତା ଆବଶ୍ୟକ । ଏହି ଅର୍ଥ ଦ୍ୱାରା ପାକିସ୍ତାନ ଆଗାମୀ ୨ ବର୍ଷର (୨୦୨୧-୨୩) ମୌଳିକ ଆବଶ୍ୟକତାକୁ ପୂରଣ କରିପାରିବ ।

ପାକିସ୍ତାନକୁ ୨୦୨୧-୨୨ରେ ୨୩.୬ ବିଲିୟନ ଡଲାର ଓ ୨୦୨୨-୨୩ରେ ୨୮ ବିଲିୟନ ଡଲାରର ଆବଶ୍ୟକତା ରହିଛି ବୋଲି ଆଇଏମ୍‌ଏଫ୍ ରିପୋର୍ଟରେ ଆକଳନ କରାଯାଇଛି । ତେଣୁ ପାକିସ୍ତାନ ଅଧିକାରୀମାନେ ବର୍ତ୍ତମାନ ଦେଶ ପାଇଁ ବୈଦେଶିକ ସହାୟତା ଦାବି ସମ୍ପର୍କରେ ଆଇଏମଏଫ ସହ କଥାବାର୍ତ୍ତାର କରୁଛି । ଯାହା ଏବେ ଶେଷ ପର୍ଯ୍ୟାୟରେ ଅଛି । ବିଶ୍ୱ ବ୍ୟାଙ୍କ କହିଛି ଯେ, ବିଶ୍ୱର ଋଣ ନେଇଥିବା ଦେଶମାନଙ୍କ ମଧ୍ୟର ତାଲିକାରେ ଦଶମ ସ୍ଥାନରେ ଅଛି । ଇଣ୍ଟରନ୍ୟାସନାଲ୍ ଷ୍ଟାଟିଷ୍ଟିକ୍‌ସ୍ ୨୦୨୨ ରିପୋର୍ଟରେ ପାକିସ୍ତାନ ଦଶମ ସ୍ଥାନରେ ଥିବାରୁ ପାକିସ୍ତାନକୁ ଆଉ ବୈଦେଶିକ ଆର୍ôଥକ ସହାୟତା ଦିଆଯିବ ନାହିଁ ବୋଲି ପାକିସ୍ତାନୀ ଖବରକାଗଜରେ ପ୍ରକାଶ କରାଯାଇଛି । ବିଶ୍ୱ ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ, ପାକିସ୍ତାନ ବୈଦେଶିକ ଋଣ ବର୍ତ୍ତମାନ ୮ ପ୍ରତିଶତ ବୃଦ୍ଧି ପାଇଛି । ଇମ୍ରାନ ଖାନ୍ ସରକାର ସମୟରେ ବିଶ୍ୱ ବ୍ୟାଙ୍କରୁ ୪୪୨ ମିଲିୟନ ଡଲାର ଋଣ ନିଆଯାଇଥିଲା । ଯାହା ଫଳରେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ପାକିସ୍ତାନକୁ ଋଣ ଦେବାକୁ ପ୍ରତ୍ୟାଖାନ କରିଛନ୍ତି । ଯାହା ପରେ ଆଗାମୀ ଦିନରେ ପାକିସ୍ତାନ ପାଇଁ ଦେଶ ଚଳାଇବା କଷ୍ଟକର ସାବ୍ୟସ୍ତ ହୋଇପାରେ । ପାକିସ୍ତାନକୁ ଆଇଏମ୍‌ଏଫ୍ ୬ ବିଲିୟନ ଡଲାରର ବିସ୍ତାରିତ ଋଣ ଦେବାକୁ ରାଜି ହୋଇଛି । ହେଲେ ଏହା ପାଇଁ ଆଇଏମ୍‌ଏଫ୍ ଅନେକ ସର୍ତ୍ତ ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *