ଛାଡ଼ିଗଲା ପାକିସ୍ତାନ ପ୍ରୀତି, ତଡ଼ା ଖାଇଲେ କଲେଜ୍‌ରୁ

ନୂଆଦିଲ୍ଲୀ : ମ୍ୟାଚ୍ ସରିଲା କିନ୍ତୁ ସରୁନି ବିବାଦ । ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ହୋଇଥିବା ଟି-୨୦ ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ । ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ମାନେ ବେଶ୍ ନିରାଶ ହୋଇଥିଲେ । ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ । ଯେଉଁଥି ପାଇଁ ତାଙ୍କୁ କଲେଜ୍‌ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, କଲେଜରୁ ବିଦା ହୋଇଥିବା ଛାତ୍ର ଜଣକ ଇଂଜିନିୟରିଂ ବିଭାଗରେ ପାଠ ପଢୁଥିଲେ । ତେବେ ପାକ୍‌କୁ ସମର୍ଥନ କରିବା ତାଙ୍କୁ ମହଙ୍ଗା ପଡ଼ିଛି । ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳର ବିଜେପିକର୍ମୀମାନେ ଜଗଦୀଶପୁର ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଛାତ୍ର ଜଣକ ରାଜା ବଲୱନ୍ତ ସିଂ ଇଂଜିନିୟରିଂ କଲେଜ୍‌ରେ ପାଠ ପଢୁଥିବା ନେଇ ଜଣାପଡ଼ିଛି । କିନ୍ତୁ ଏନେଇ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିନାହାନ୍ତି ।

ଗତକାଲି ପଞ୍ଜାବରେ ମଧ୍ୟ ପାକିସ୍ତାନ ସପକ୍ଷରେ ସ୍ଲୋଗାନ୍ ଦିଆଯାଇଥିଲା । ଏହାସହ ରାଜସ୍ଥାନର ଉଦୟପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ନୀରଜା ମୋଦୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ନାଫିସା ଅଟ୍ଟାରୀ ପାକିସ୍ତାନକୁ ସମର୍ଥନ କରିଥିବାରୁ ତାଙ୍କର ଚାକିରି ଯାଇଛି । ସୋସିଆଲ ମିଡିଆରେ ଏକ ମେସେଞ୍ଜର ଷ୍ଟାଟସ୍ ଭାଇରାଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଉଦୟ ନୀରଜା ମୋଦୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନଫିସା ଅଟ୍ଟାରୀ ପାକିସ୍ତାନ ମ୍ୟାଚ ଜିତନ୍ତି ତେବେ ପାକିସ୍ତାନକୁ ସମର୍ଥନ କରୁଥିବା ଲୋକେ ବେଶ୍ ଖୁସିହେବେ ବୋଲି କହିଥିଲେ । ଏହାସହ ପାକିସ୍ତାନ ଜିତିବା ପରେ ଖେଳାଳୀଙ୍କ ଏକ ଫଟୋ ସେୟାର କରି ଆମେ ଜିତିଗଲୁ ବୋଲି ଲେଖିଥିଲେ । ଯାହା କି କ୍ଷଣକ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଆଉ ମାମଲାର ଗମ୍ଭୀରତାକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବିଦା କରିଛନ୍ତି । ଆଉ ଏପଟେ ଜାମ୍ମୁରୁ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *