ଉପକାରାଗାରେ ଫୁଟିଲା କରୋନା ବୋମା

ପଦ୍ମପୁର : ଝାରପଡା ଜେଲ ପରେ ପଦ୍ମପୁର ଉପକାରାଗାରେ ଫୁଟିଲା କରୋନା ବୋମା । ଗୋଟିଏ ଦିନରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ରଖାଯାଇଛି। ଏନେଇ ପଦ୍ମପୁର ଏସଡିଏମଓ ତହସିଲ ସାହୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ,  ପଦ୍ମପୁର ଉପ କାରାଗାର କଏଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମେ ୩୦ ଜଣଙ୍କ ସଂକ୍ରମିତ  ଚିହ୍ନଟ ହୋଇଥିଲା । ଏହାପରେ ଜେଲରେ ଅନ୍ୟ ୧୨୪ ଜଣ ଅନ୍ତେବାସୀଙ୍କୁ ପରୀକ୍ଷା କରାଯିବାରୁ ସେମାନଙ୍କ ମଧ୍ୟରୁ ପୁଣି ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତଙ୍କୁ ଆକ୍ରାନ୍ତଙ୍କ ଜେଲ୍‌ରେ ଥିବା ସ୍ବତନ୍ତ୍ର କ୍ବାରେଣ୍ଟାଇନ୍ ସେଣ୍ଟେର ରଖାଯାଇ ଚିକିତ୍ସା କରାଯାଉଛି। ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ପରେ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ରଖାଯାଇଥିବା ଜଣାପଡିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *