ବିଏମସିର ନୂଆ ପଦକ୍ଷେପ: ଫୋନ କଲେ ଘରେ ପହଞ୍ଚିବ ଅକ୍ସିଜେନ କନସେନଟ୍ରେଟର

ଭୁବନେଶ୍ୱର: ରାଜଧାନୀରେ ହ୍ରାସ ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ଲକଡାଉନ୍ ଓ ସଟଡାଉନ୍ ପାଇଁ ସଫଳ ହୋଇପାରିଛି । ଏଥି ପାଇଁ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ସେପଟେ ଭୁବନେଶ୍ୱର ହସ୍ପିଟାଲରେ ବେଡ ଉପରୁ ଚାପ ହ୍ରାସ ପାଇଥିବା କହିଛନ୍ତି କମିଶନର । ବର୍ତ୍ତମାନ ୨ହଜାରରୁ ଅଧିକ ବେଡ ଖାଲି ରହିଛି । ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି । ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି । ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି । ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *