ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ: ଚଳିତ ବର୍ଷର ପ୍ରଥମ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବସାଇଟ ରୋଲ ନମ୍ବର ଏଣ୍ଟ୍ରି କଲେ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡ ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷାର ପ୍ରଥମ ପତ୍ର ଏବଂ ଦ୍ୱିତୀୟ ପତ୍ରରେ ଉତ୍ତର ଖାତା ୱେବସାଇଟରେ ଅପଲୋଡ କରାଯାଇଛି । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ପରୀକ୍ଷା ପଡିଥିବା ପ୍ରତି ପ୍ରଶ୍ନର ସଠିକ ଉତ୍ତର ବିଷୟରେ ଜାଣିପାରିବେ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ଏପ୍ରିଲ ୯ ତାରିଖରେ ରାଜ୍ୟରେ ଓଟିଇଟି ପରୀକ୍ଷାରେ ପ୍ରାୟ ୧ଲକ୍ଷ ୨୫ ହଜାର ୮୮୦ଜଣ ଛାତ୍ରଛାତ୍ରୀକୁ ନେଇ ୨୮୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପତ୍ରରେ ୭୨ ହଜାର ୪୭୭ ଜଣ ଏବଂ ଦ୍ୱିତୀୟ ପତ୍ରରେ ୫୩ ହଜାର ୪୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଜିଲ୍ଲାର ସଦର ମହକୁମା ଏବଂ ସବଡିଭିଜିନାଲ ହେଡ କ୍ୱାର୍ଟରଗୁଡିକରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ତେବେ କିଛି ସ୍ଥାନରେ ପରୀକ୍ଷାକୁ ନେଇ ମଧ୍ୟ ସମସ୍ୟା ଦେଖା ଦେଇଥିଲା । ଚଳିତ ବର୍ଷ ଦେବଗଡ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଥିଲା । ଦେବଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୋର୍ଡ ପକ୍ଷରୁ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରଥମ ପେପର ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ ନେଇ ଯାଇଥିଲେ । ପରୀକ୍ଷା ଶେଷ ହେବା ପୂର୍ବରୁ ସୋସିଆଲ ମିଡିଆରେ ‘ଡି’ସେଟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ସେହି ବିଦ୍ୟାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ପରୀକ୍ଷାରୁ ବଞ୍ôଚତ କରାଯାଇଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *