ରିମାଣ୍ଡ ସରିବା ପରେ ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ୱର: ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି । ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଂଚ କରାଯାଉଥିବାବେଳେ ତାଙ୍କ ପତ୍ନୀ 9ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ 21ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି  । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ 3 କୋଟି 51 ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ ଗୁଣ ବୋଲି ଆକଳନ କରାଯାଇଛି ।

ଏହା ସହ ୧୧୪ଟି ଆଡମିଟ କାର୍ଡ ଜବତ ହୋଇଛି । ସେଥି ମଧ୍ୟରୁ 107ଜଣ କେଉଁଠି ଚାକିରୀ ପାଇ ନଥିବା ତଦନ୍ତରୁ ଜଣା ପଡିଛି । ଅବଶିଷ୍ଟ 7ଜଣକୁ ନେଇ ଯାଞ୍ଚ କରାଯାଉଛି । ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପଟି ରହିଛି ବୋଲି ସୂଚନା ମିଳିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି । ସେପଟେ ପତ୍ନୀ ଓ ସଢ଼ୁ ଏବେ ବି ଫେରାର ରହିଥିବା ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *