କ୍ରୀଡା ଭିଲେଜରେ କରୋନା ପରିସ୍ଥିତି ଅସମ୍ଭାଳ ହେଲେ ଟୋକିଓ ଅଲିମ୍ପିକ୍ସ ବାତିଲ୍‌ ହେବ : ତୋଶିରୋ

ଟୋକେିଓ  : ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉମାତ୍ର ଦୁଇ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ନେଇ ବିପଦ ଘନେଇ ଆସୁଛି । କାରଣ ବିଦେଶୀ ନାଗରିକଙ୍କ ଆଗମନ ସହିତ ଗ୍ରୀଡା ଭିଲେଜରେ ଆଥଲେଟଙ୍କ ସଂମଣ ମାତ୍ରା ବଢ଼ି ଚାଲିଛି । ତେଣୁ ଏହି ଅଲିମ୍ପିକ୍‌ କ୍ରୀଡା ଆୟୋଜନ ନେଇ ଏବେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନକୁ ଜାପାନର ୮୦% ଲୋକ ଓ ବିଭିନ୍ନ ସଚେତନଶୀଳ ବ୍ୟକ୍ତି ବିଶେଷ ,ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବ୍ୟବସାୟୀ ଗୋଷ୍ଠୀ ପ୍ରାରମ୍ଭରୁ ବିରୋଧ କରି ଆସୁଥିବା ବେଳେ ଜାପାନ ସରକାର କାହା କଥାକୁ ତିଳେମାତ୍ର ଖାତିରି ନ କରି ଏହି ଅଲିମ୍ପିକ୍‌ କ୍ରୀଡା ଆୟୋଜନ ପାଇଁ ଜିଦ୍‌ ଧରିଛନ୍ତି ।

ତେବେ ଜାପାନ ଲୋକ ବିଦେଶୀ ଆଥଲେଟ ଓ ପର୍ଯ୍ୟଟକଙ୍କ ଉପସ୍ଥିତିକୁ ଭୟ କରୁଥିବା ବେଳେ ବର୍ତ୍ତମାନ ବାସ୍ତବ କ୍ଷେତ୍ରରେ ତାହା ସତ୍ୟ ପ୍ରମାଣିତ ହୋଇଛି । କାରଣ ପ୍ରତିଦିନ କ୍ରୀଡା ଭିଲେଜରେ ରହୁଥିବା ବିଦେଶୀ ଆଥଲେଟଙ୍କ ମଧ୍ୟରୁ ଅନେକଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସୁଛି। ତେବେ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରସଙ୍ଗ ନେଇ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ତୋଶିରୋ ମୁତୋ କହିଛନ୍ତି ଯେ ମୋଟ କେତେ ସଂଖ୍ୟକ ଆଥଲେଟ୍‌ ସଂକ୍ରମିତ ହେଉଛନ୍ତି ତାହା ଅନୁଧ୍ୟାନ କରିବା ପରେ ଅଲିମ୍ପିକ୍‌ ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରାଯିବ । ମାତ୍ର ଆମର ଆକଳନ ଠାରୁ କମ୍‌ ସଂଖ୍ୟକ ଆଥଲେଟ୍‌ କରୋନାରେ ସଂକ୍ରମିତ ହେଲେ କୌଣସି ସମସ୍ୟା ନାହିଁ । ଅବଶ୍ୟ ଆଥଲେଟଙ୍କ ସଂକ୍ରମଣ ନେଇ ଆମେ ନିଶ୍ଚିତ ଚିନ୍ତିତ । କ଼ାରଣ କ୍ରୀଡା ଅପେକ୍ଷା ଦେଶର ଜନ ସାଧାରଣଙ୍କ ସ୍ୱସ୍ଥ୍ୟ ଓ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଖୁବଶୀର୍ଘ ପାଞ୍ଚ ଦଳକୁ ନେଇ ଆମେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *