କଞ୍ଚା ପିଆଜ ଖାଇବା ଯୋଗୁ ବ୍ୟାପୁଛି ସଂକ୍ରମଣ, ମେଡିକାଲରେ ଶତାଧିକ

ୱାଶିଂଟନ : ସାରା ଆମେରିକାରେ ବ୍ୟାପିଛି ସାଲମୋନେଲା ରୋଗ । ଆମେରିକାର ପ୍ରାୟ ୩୭ ଟି ରାଜ୍ୟରେ ଏହି ସଂକ୍ରମର ଆରମ୍ଭ ହୋଇଛି । ଏହି ରୋଗରେ ୬୫୨ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୨୯ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ସଂକ୍ରମଣ ପିଆଜ ଦ୍ୱାରା ବ୍ୟାପିଥିବା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ (ସିଡିସି) ପକ୍ଷରୁ କୁହାଯାଇଛି । ଏହି ପିଆଜ ସବୁ ଚିହୁଆହୁ, ମେକ୍ସିକୋରୁ ଆମଦାନୀ ହୋଇଥିବା ବେଳେ ଆମେରିକାର ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା । ଯେଉଁମାନେ କଞ୍ଚା ପିଆଜ ଖାଇଥିଲେ ବା ଖାଦ୍ୟରେ ବ୍ୟବହାର କରିଥିଲେ ସେମାନେ ଏହି ରୋଗରେ ପୀଡ଼ିତ ହୋଇଥିଲେ ।

ରୋଗରେ ପୀଡ଼ିତ ହୋଇଥିବା ପ୍ରାୟ ୭୫ % ବ୍ୟକ୍ତିଙ୍କ ନିକଟରେ ଏହି ସଂକ୍ରମଣ ଦେଖାଦେଇଛି । । ଏହି ସବୁ ସ୍ଥାନରୁ ଆମଦାନୀ ହେଉଥିବା ପିଆଜ ବିଶେଷ କରି ଧଳା, ଲାଲ୍ ଓ ହଳଦିଆ ରଙ୍ଗର ପିଆଜକୁ ନଖାଇବା ପାଇଁ ସିଡିସି ପରାମର୍ଶ ଦେଇଛି । ଏହି ରୋଗରେ ସଂକ୍ରମିତ ହେଲେ ଡାଇରିଆ, ଜ୍ୱର ଓ ପେଟ ବିନ୍ଧା ଆଦି ହେବା ସହ ଏହା ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ । ଅର୍ଥାତ ପିଆଜ ପିଆଜ ଖାଇବାର ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଏହି ସବୁ ଲକ୍ଷଣ ପରିପ୍ରକାଶ ପାଇଥାଏ । ତେଣୁ ଏହି ସବୁ ରଙ୍ଗର ପିଆଜକୁ ନଖାଇବା ପାଇଁ ପରାମର୍ଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *