ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ମୃତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କୁମୁଳାବହାଳି ଗ୍ରାମରେ ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଗ୍ରାମର ଭାସ୍କର ବେଣ୍ଟକାର ବୋଲି ଜଣାପଡିଛି । ଶୌଚ ହେବାକୁ ଯାଇ କୈାଣସି କାରଣରୁ ପୋଖରୀରେ ଖସିପଡି ଗଭୀର ପାଣିରେ ବୁଡି ଯାଇଥିଲେ । ବିଳମ୍ବିତ ରାତି ଯାଏ ଭାସ୍କର ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ତେବେ ପୋଖରୀରୁ ଉଦ୍ଧାର କରିବା ପୂର୍ବରୁ ଭାସ୍କରଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପାଟଣାରେ ଶବ ବ୍ୟବଚ୍ଛେଦ କରାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *